୮ କ୍ୱିଣ୍ଟାଲ ୫୦ କିଲୋ ଗଂଜେଇ ଜବତ, ୪ ଗିରଫ

0 22

ମୋହନା :ଏକ ଗୁପ୍ତ ସୂଚନା କୁ ଆଧାର କରି  ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ଵବଧାନରେ ଏସଆଇ ରବିନ୍ଦ୍ର ନାରାୟଣ ପାତ୍ର, ଜନ ଶବର ଓ କର୍ମଚାରୀ ମିଳିତଭାବେ ଗୁଲୁବା ଅଞ୍ଚଳରେ ଦିନବେଳା ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଟାଟା ୪୦୭ ଗାଡିକୁ ଉକ୍ତ ପଞ୍ଚାୟତ ଅଧିନ ଗାଲି ମେରା ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଦେଖି ଗାତିକୁ ଅଟକାଇ ଥିଲେ। ଗାତିକୁ ଯାଞ୍ଚ କରିବା ସମୟରେ ଗାଡିର ପଛ ପଟୁ ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ମୋହନା ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡାଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୮ଶହ ୫୦ କିଲୋ ୭୦୦ଗ୍ରାମ ହୋଇଥିଲା ।

Leave A Reply

Your email address will not be published.