୮ ପେଟି କପସିରଫ ଜବତ, ୨ ଜଣ ଅଟକ ,ଗାଡି ଜବତ

0 78

ପାଟଣାଗଡ଼ (ସନ୍ୟାସୀ ନାଏକ )  : ବେଲପଡା ପୋଲିସ ଦ୍ଵାରା ୮ ପେଟି କପସିରଫ ଜବତ କରିବା ସହ  ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ସନ୍ଧ୍ୟାରେ କପାଣି ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ପାଟଣାଗଡ ପଟୁ ଆସୁଥିବା ଏକ ଧଳା ରଙ୍ଗର ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା  ପୋଲିସ।

ହେଲେ ଗାଡିଟି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲା । କିଛି ବାଟ ଗଲା ପରେ କଫ ସିରପ ପେଟିକୁ ଏକ ନାଳକୁ ଫିଙ୍ଗୁଥିବା ବେଳେ ପୋଲିସ ଗାଡି ଡ୍ରାଇଭର ଓ କଫସିରପ ମାଫିଆକୁ କାବୁ କରିଥିଲା । କଫସିରପ ମାଫିଆ ଅର୍ଜୁନ ବେହେରା ଓ ଗାଡି ଡ୍ରାଇଭର କାର୍ତ୍ତିକ ହଂସକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।

Leave A Reply

Your email address will not be published.