ବିଜୁଳି ସଂଯାଗ ଥାଇ ମଧ୍ୟ ଆଜକୁ ଦେଢ଼ ବର୍ଷ ହେବ ଅନ୍ଧାର ରେ ବିତୁଛି ଦୁଇ ଶହ ଲୋକଙ୍କ ଭବିଷ୍ୟତ

0
147

କେନ୍ଦୁଝର (ରବୀନ୍ଦ୍ର ଖମଣିଆ/ଆଦ୍ୟାଶା ନ୍ୟୁଜ): ଦେଢ଼ ବର୍ଷ ପରେ ବି ବିଜୁଳି ସମସ୍ୟା ର ସମାଧାନ ହୋଇ ପାରିଲା ନାହିଁ | ବର୍ତମାନ ବି ଲୋକେ ବିଜୁଳି ଆଲୁଅ ପାଇଁ ହନ୍ତସନ୍ତ ହେଉଛନ୍ତି | ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଙ୍ଗା ବ୍ଲକ ସରସ ପଶି ଗ୍ରାମପଂଚାୟତ, ୱାର୍ଡ ନମ୍ବର-6, ଭାଲୁକି ପତଳା ଗ୍ରାମ ର ମୁଣ୍ଡା ସାହି ରେ | ଏଠାରେ 40 ଘର ରୁ ଅଧିକ ପରିବାର ଏବଂ 200 ରୁ ଅଧିକ ଲୋକ ବସବାସ କରନ୍ତି | ଆଗରୁ କୌଣସି ପ୍ରକାର ବିଜୁଳି ର ବ୍ୟବସ୍ଥା ଏଠାରେ ନଥିଲା |

ସରକାର ଙ୍କ ଯଜନା ଅନୁଯାଇ 2018 ମସିହାରେ ଗ୍ରାମକୁ ବିଜୁଳି ଖୁଣ୍ଟ, ତାର, ଟ୍ରାନ୍ସଫର୍ମ ଆସି ପହଁଚିଲା ଏବଂ ଲୋକଙ୍କ ଘରେ ମଧ୍ୟ ମିଟର ସହିତ ସୁଇଚ ବୋଡ଼, ବଲବ ଲଗା ଗଲା |  ଏହା ଦେଖି ଗ୍ରାମବାସୀ ଙ୍କ ମୁଁହରେ ଖୁସିର ହସ ଫୁଟି ଉଠିଲା | ଲୋକମାନେ ଭାବିଥିଲେ ଯେ ବର୍ତମାନ ଅନ୍ଧାର ରୁ ଆମ୍ଭେମାନେ ଉଜ୍ୱଳ ଆଲୋକ ଟିକେ ପାଇବୁ ଏବଂ ଆମ ପିଲା ଛୁଆ ଙ୍କ ପାଠ ପଢ଼ାରେ କୌଣସି ଅସୁବିଧା ହେବନାହିଁ | ବିଜୁଳି ଆଲୁଅ ରେ ଯେପରି ଆଲୋକିତ ହୁଏ ସେପରି ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହେବ | କିନ୍ତୁ ଦୁଃଖ ର ବିଷୟ ଖୁଣ୍ଟ ଲାଗିଲା, ତାର ଲାଗିଲା, ପ୍ରତ୍ୟକ ଘରକୁ ବିଜୁଳି ସଂଯାଗ କରାଗଲା ହେଲେ ଭଲଟେଜ ଆସିପାରିଲା ନାହିଁ |

ବିଜୁଳି ଆଲୁଅ କେବଳ ଲୋ ଭଲଟେଜ ରେ ଜଳିଲା | ସେ ମଧ୍ୟ ମାତ୍ର 15 ଦିନ ହିଁ ଜଳିଲା !ତାପରେ ପ୍ରାକୃତିକ ବର୍ଷା, ପବନ ଏବଂ ଘଡ ଘଡି ଦ୍ଵାରା ଟ୍ରାନ୍ସଫର୍ମ ମଧ୍ୟ ପୋଡି ଗଲା !ଆଜକୁ ଦେଢ଼ ବର୍ଷ ରୁ ଅଧିକ ସମୟ ହୋଇଗଲା ଟ୍ରାନ୍ସଫର୍ମ କୁ ମରାମତି କରାଯାଇ ପାରିଲା ନାହିଁ | ଗ୍ରାମବାସୀ ଙ୍କ କହିବା ଅନୁଯାଇ ରାତିରେ ପିଲାମାନେ ପାଠ ପଢିବାରେ ବହୁତ ଅସୁବିଧାର ସମୁଖୀନ ହେଉ ଛନ୍ତି | ପିଲାମାନେ ଡିବିରୀ କିମ୍ବା ଲଣ୍ଠନ ସାହାଯ୍ୟ ରେ ପାଠ ପଢିବା ଦ୍ଵାରା ଆଖି ପ୍ରତି ବିପଦ ସୃଷ୍ଟି ହେଉଛି |

ସରକାର ଙ୍କ ତରଫରୁ ଜଣଙ୍କ ପିଛା ମାସକୁ ଅଧା ଲିଟର କିରାସିନି ଦିଆଯାଉ ଥିଲେ ମଧ୍ୟ ତାହା ଗୋଟେ ମାସ ଚଳିବା ବହୁତ କଷ୍ଟ | ବର୍ତମାନ ଋତୁରେ ବିଭିନ୍ନ ପ୍ରକାର ବିଷାକ୍ତ ଯିବ ଙ୍କୁ ନେଇ ଗ୍ରାମବାସୀ ମାନେ ଭୟ ଭିତ ଅବସ୍ଥା ରେ ଅଛନ୍ତି |ବିଜୁଳି ଆଲୁଅ ପାଇଁ ସେମାନେ ଗ୍ରାମର ୱାର୍ଡ ମେମ୍ବର, ସରପଞ୍ଚ, ଢେଂକିକୋଟ ରେ ଥିବା ବିଜୁଳି ବିଭାଗ ର ନେସ୍କୋ ଅଫିସ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ମଧ୍ୟ ବିଜୁଳି ସଂଯାଗ ପାଇଁ ଦରଖାସ୍ତ କରିଥିଲେ |

ସେଥିରେ ଜିଲ୍ଲାପାଳ ମଧ୍ୟ 7 ଦିନ ମଧ୍ୟରେ ତମର ବିଜୁଳି ସଂଯାଗ ହୋଇଯିବ ବୋଲି ପ୍ରତିଶୃତି ଦେଇଥିଲେ | କିନ୍ତୁ ଦୁଃଖର ବିଷୟ ଦୀର୍ଘ ଦିନର ବ୍ୟବଧାନ ମଧ୍ୟ ରେ ଆଜି ପଯ୍ୟନ୍ତ ବିଜୁଳି ସଂଯାଗ ହୋଇ ପାରିଲା ନାହିଁ | ତେଣୁ ଗ୍ରାମବାସୀ ମାନେ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି | ବର୍ତମାନ କରନା ମହାମାରୀ ସମୟ ରେ ଯଦି ଅତିଶୀଘ୍ର ବିଜୁଳି ସଂଯାଗ କରା ନ ଯାଏ ଆଗାମୀ ଦିନରେ ଗ୍ରାମବାସୀ ମାନେ ରାଜରାସ୍ତା କୁ ଓହ୍ଲାଇ ଧାରଣା ରେ ବସିବା ପାଇଁ ନିଷ୍ପତି ନେଇଛନ୍ତି |

LEAVE A REPLY

Please enter your comment!
Please enter your name here