ଭାରତର ସବୁଠୁ ବୟସ୍କ କ୍ରିକେଟରଙ୍କ ୧୦୦ ବର୍ଷ ରେ ପରଲୋକ

0
165

ମୁମ୍ବାଇ :  ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କର ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ୧୦୦ ବର୍ଷ ବୟସରେ ପଦାର୍ପଣ କରିଥିବା ରାଇଜିଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ବାର୍ଦ୍ଧକ୍ୟ ହେତୁ ରାଇଜିଙ୍କର ମୃତୁ ଘଟିଥିବା କଥା ତାଙ୍କ ଜ୍ବାଇଁ ସୁନିଶ୍ଚିତ କରିଛନ୍ତି। ଗତ ଜାନୁୟାରୀ ୨୬ରେ ସେ ୧୦୦ ବର୍ଷରେ ପଦାର୍ପଣ କରିଥିଲେ। ସେତେବେଳେ ସଚିନ ତେନ୍ଦୁଲକର ଏବଂ ଷ୍ଟିଭ୍‌ ୱ ତାଙ୍କୁ ଭେଟିବାକୁ ଯାଇଥିଲେ।

ବସନ୍ତଙ୍କ ଜ୍ଵାଇଁ ନାନାୱଟି କହିଛନ୍ତି, ବାପା ବୃଦ୍ଧାବସ୍ଥା କାରଣରୁ ଦକ୍ଷିଣ ମୁମ୍ବଇର ବାଲକେଶ୍ଵରରେ ନିଜ ଘରେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ବସନ୍ତ ରାୟଜୀ ୧୯୪୦ ଦଶକରେ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୨୭୭ ରନ୍‌ କରିଥିଲେ। ସେ ଗୋଟିଏ ଇନିଂସରେ ସର୍ବାଧିକ ୬୮ ରନ୍‌ କରିଥିଲେ।

LEAVE A REPLY

Please enter your comment!
Please enter your name here