ସୁନ୍ଦରଗଡ ରେ ସଡକ ଦୁର୍ଘଟଣା : ୨ ମୃତ, ଜଣେ ଗୁରୁତର

0
197

ସୁନ୍ଦରଗଡ -:   ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ଅଲେଇକେରା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ  ବାଇକ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁସାରେ, କୁଳବା ବାଙ୍କୀବାହାଲ ଗ୍ରାମର ତିନିଜଣ ଯୁବକ ବାଇକ ଯୋଗେ ସୁନ୍ଦରଗଡ ଅ।ସୁଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।

ସ୍ଥାନୀୟ ଲୋକେ ଗୁରୁତର ଜଣକୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ପଠେଇଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଅ।ରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here