ହାଇଦ୍ରାବାଦ ରୁ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି

0
197

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଅଭିମୁ​‌ଖେ ବାହାରିଥିବା ଜଣାପଡିଛି। ବିଜୟ ମହାନ୍ତି ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ  । ଭୁବନେଶ୍ବରରେ ପହଞ୍ଚିବାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ଜଣାପଡିଛି। ବିଜୟ ମହାନ୍ତି ଚିକିତ୍ସିତ ହେଉଥିବା ହାଇଦ୍ରାବାଦ ହସ୍ପିଟାଲର ଡାକ୍ତର ଏବଂ ଭୁବନେଶ୍ବରରେ ଚିକିତ୍ସିତ ହେବାକୁ ଥିବା ମେଡିକାଲରଲ ଡ଼ାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବା ପାଇଁ ନିଷ୍ପତି ହୋଇଥିଲା। ଏଣୁ ଗତକାଲି ସନ୍ଧ୍ୟାରୁ ଭୁବନେଶ୍ବରରୁ ଏକ ଆମ୍ବୁଲାନ୍ସ ଭୁବନେଶ୍ବରୁ ହାଇଦ୍ରାବାଦ ଯାଇଥିଲା।

ସୂଚନାଯୋଗ୍ୟ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିଜୟ ମହାନ୍ତି। ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଭୁବନେଶ୍ବର ଫେରିବା ପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ ବୋଲି ଜଣାପଡିଛି । ବିଜୟ ମହାନ୍ତି ଓଡିଶା ଫେରିବା ପାଇଁ ଚାହୁଁଥିବା ଅଭିନେତା ତଥା ବିଜେପି ନେତା ଅଖିଳ କୁମାର ପଟ୍ଟନାୟକ ଜାଣିବା ପରେ ବିଜୟ ମହାନ୍ତିଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଅଖିଳ କୁମାର ପଟ୍ଟନାୟକ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଯୋଗାଯୋଗ କରିଥିଲେ । ସାଂସଦ ଅପରାଜିତା ଷଡଙ୍ଗୀ ଓ ଯୁବନେତା ଅଖିଳ କୁମାର ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବିଜୟଙ୍କ ଓଡିଶା ଫେରିବାର ବାଟ ଫେରିଥିଲା ।

LEAVE A REPLY

Please enter your comment!
Please enter your name here