ଭାରତ ଚୀନ ସୀମାନ୍ତରେ , ସହିଦ ହୋଇଥିବା ବୀର  ଯବାନ ଙ୍କୁ ଦେବଗଡ଼ ବିଜୁ ଜନତା ଦଳ ପକ୍ଷରୁ  ଶ୍ରଦ୍ଧାଞ୍ଜଳି

0
148
ଦେବଗଡ଼ (ଆଦ୍ୟାଶା ନ୍ୟୁଜ/ ଆଲୋକ ପ୍ରସାଦ)  – :ଗତ ତିନିଦିନ ତଳେ ଭାରତ ଚୀନ ସୀମାନ୍ତରେ ଘଟିଥିବା ସଂଘର୍ଷରେ ଭାରତ ର ୨୦ ଜଣ ଯବାନ ସହିଦ ହୋଇଥିଲେ ଏହି ସହିଦ ଯବାନ ମାନଙ୍କ ମଧ୍ୟରେ ଆମ ଓଡ଼ିଶା ମାଟିର ଦୁଇଜଣ ବୀର  ପୁତ୍ର ମଧ୍ୟ ସହିଦ ହୋଇଛନ୍ତି ।
ଏହି ବୀର  ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦେବଗଡ଼ ବିଜୁ ଜନତା ଦଳ ପକ୍ଷରୁ , ଦେବଗଡ଼ ବି ଜେ ଡ଼ି କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହେବା ସହିତ ବୀର  ଯବାନଙ୍କ ଫୋଟ ଚିତ୍ର ରେ ମୋହମବତୀ ପ୍ରଜ୍ବଳନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଅଛି ।
ଏହି ଶୋକସଭା  ରେ ଉପସ୍ଥିତ ରହିଥିଲେ ଦେବଗଡ ଜିଲ୍ଲା ସଭାପତି ରୋମାଞ୍ଚରଞ୍ଜନ ବିଶ୍ବାଳ, ଦେବଗଡ ଟାଉନ୍ ସଭାପତି ଶୁକଦେବ ଭଞ୍ଜ, ବରିଷ୍ଠ ଆଇନ୍ ଜୀବି କାମାକ୍ଷା ଗଙ୍ଗଦେବ୍, ତଥା ତିନି ବ୍ଲକର ବ୍ଲକ ସଭାପତି ଏବଂ  ବିଜୁ ଜନତା ଦଳର ଛାମୁଆଁ କର୍ମୀ ବୃନ୍ଦ ।

LEAVE A REPLY

Please enter your comment!
Please enter your name here