ରଥଯାତ୍ରାକୁ ନେଇ ପୁଣି ସୁପ୍ରିମକୋର୍ଟ ରେ ଦୁଇଟି ପିଟିସନ୍ : ରାୟରେ ଆଂଶିକ ପରିବର୍ତ୍ତନ ନେଇ ଆବେଦନ

0
101

ଭୁବନେଶ୍ୱର : ରଥଯାତ୍ରା ପାଇଁ ପୁଣି ଦାଏର ହେଲା ସୁପ୍ରିମକୋର୍ଟ ରେ ପିଟିସନ। ପୁରୀରେ ରଥାଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ ରାୟ ଦେବା ପରେ ମୋଡିଫିକେସନ ପିଟିସନ ଦାୟର କରାଯାଇଛି।

ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଛି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ଆବେଦନ କରିଛନ୍ତି। ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ସେ ଆବେଦନ କରିଛନ୍ତି।

ଅନ୍ୟ ପକ୍ଷ ରେ ରଥଯାତ୍ରା ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟର ପୁର୍ନବିଚ‌ାର କରି କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର ।

ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି କି ପୁରୀ ସହରକୁ ସଟଡାଉନ୍ କରି କେବଳ ସେବାୟତମାନଙ୍କ ଦ୍ବାରା ରଥଯାତ୍ରା କରାଯାଇପାରିବ। ରଥଯାତ୍ରାରେ ଜନସାଧାରଣ ଆଗମନକୁ ସଂପୂର୍ଣ୍ଣ ପ୍ରତିବନ୍ଧିତ କରାଯିବ। ଏହି ଦୃଷ୍ଟିରୁ ରାୟରେ ସର୍ବୋଚ୍ଚ ଅଦାଲତ ଆଂଶିକ ପରିବର୍ତ୍ତନ କରିବା ଲାଗି ନିଜ ମୋଡିଫିକେସନ୍ ପିଟିସନରେ ଆବେଦନ କରିଛନ୍ତି ଆଇନଜୀବୀ ମହାପାତ୍ର।  ତେବେ ଏହି ପିିଟିସନରେ ସୁପ୍ରିମକୋର୍ଟରେ ତାଲିକା ଭୁକ୍ତ ହୋଇନାହିଁ । ଆସନ୍ତା ସୋମବାର ଏହା ତାଲିକା ଭୁକ୍ତ ହେବ ବୋଲି ଆବେଦନକାରୀ ଆଇନଜୀବୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here