ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ଏ.ଏସ.ଆଇ .

0
288

କଳାହାଣ୍ଡି: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍‌ ଏ.ଏସ.ଆଇ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡି ଏ.ଏସ.ଆଇ ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟ୍ରରକୁ ରିଲିଜ୍‌ କରିବା ପାଇଁ ଏ.ଏସ.ଆଇ  ମଳୟ ରଣା ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ ଧରିଥିଲା। ଅଧିକ ପଚରାଉଚରା ପାଇଁ ଏ.ଏସ.ଆଇ .ଙ୍କୁ ଭବାନୀପାଟଣା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଏଠାରେ ସୂଚନାଯୋଗ୍ୟ  କି, ଗତ ୬ ତାରିଖରେ ଥୁଆମୂଳ ରାମପୁର ଥାନାର ଜଣେ ଏ.ଏସ.ଆଇ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ରିପୋର୍ଟ – ରଜନୀକାନ୍ତ ସମରଲିଆ 

LEAVE A REPLY

Please enter your comment!
Please enter your name here