ଗୁଡାରି ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଳାପାଳ

0
171

ଗୁଡାରି,(ଆଦ୍ୟାଶା ନିଉଜ/ଲାକୋଜି ମାଣୀକଣ୍ଠ ).ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତକରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । କରୋନା ପାଇଁ ସରକାରଙ୍କ ନିର୍ଦେଶନାମା ଓ ପ୍ରବାସୀ ଶ୍ରମିକ ମାନଙ୍କୁ ଅଧିକରୁ ଅଧିକ ଭାବରେ ଶ୍ରମଭିତିକ କର୍ମ ସଂସ୍ଥାନ ଯୋଗାଇବା ଉଦ୍ଧେଶ୍ୟରେ ଜିଲ୍ଳାପାଳ ବିଭିନ୍ନ ବ୍ଲକକୁ ବାରମ୍ବାର ଗସ୍ତ କରିଛନ୍ତି।
ସୋମବାର ଦିନ ଗୁଡାରି ବ୍ଲକର ଏମ.କେ.ରାଇ ଗ୍ରାମ ପଞ୍ଚାୟତର ଅନ୍ତର୍ଗତ କାରାସିଂ ପୋଖରୀ ମନରେଗା ଯୋଜନାରେ ଚାଲିଥିବା ପୁନରୁଦ୍ଧାର କାମ ବୁଲି ଦେଖିଥିଲେ ।
ଏହାପରେ ସର୍ଗିଗୁଡା ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ପୋଖରୀର ପୁନରୁଦ୍ଧାର କାମ ପରିଦର୍ଶନ କରିବା ସହ ଶ୍ରମିକ ମାନଙ୍କ ସହିତ ମଜୁରୀ ଠିକ ଭାବରେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଉକ୍ତ କାମରେ ଲାଗିଥିବା ପ୍ରବାସୀ ଶ୍ରମିକ ମାନଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା କାମରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ । ପରେ ଗ୍ରାମବାସୀ ମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ବିଶେଷ କରି ସାଧାରଣ ବଣ୍ଟନ ଵ୍ୟଵସ୍ଥାରେ ଚାଉଳ ଠିକରେ ଦିଆହେଉଛି କି ନାହିଁ, ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଠିକରେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ମେଟ କୁ ଠିକରେ ଶ୍ରମିକ ମାନଙ୍କୁ ନିୟମିତ ଭାବରେ ମଜୁରୀ ଦେବାକୁ ଜିଲ୍ଳାପାଳ ନିର୍ଦ୍ଧେଶ ଦେଇଥିଲେ । ପ୍ରବାସୀ ଶ୍ରମିକମାନଙ୍କୁ ଅଧିକରୁ ଅଧିକ କର୍ମ ସଂସ୍ଥାନ ଯୋଗାଇବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପରାମର୍ଶ ଦେଲେ । ପରେ ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଧାଗୁଡ଼ା ଗ୍ରାମରେ ମନରେଗା ଯୋଜନରେ ଚାଲିଥିବା ପୋଖରୀ ପୁନରୁଦ୍ଧାର କାମ ଓ ସଲୁଇସ ଗେଟ ପରିଦର୍ଶନ କରିଥିଲେ। ସେଠାରେ କାର୍ଯ୍ୟରତ ଶ୍ରମିକ,ମିସ୍ତ୍ରୀ ଓ କାର୍ଯ୍ୟ ତଦାରଖ କରୁଥିବା ମେଟ ସହିତ ମଜୁରି ଦିଆ,ନିଆ ବିଷୟରେ ଆଲୋଚନା କରିଥିଲେ ।ଗ୍ରାମରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଟଙ୍କା ଦିଆ ହେଇଛି କି ନାହିଁ ପଚାରି ବୁଝିଥିଲେ ।
ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନ ଅନ୍ତର୍ଗତ ବିଭିନ୍ନ ସହାୟତା,ମନରେଗା ମଜୁରୀ, ପ୍ରତ୍ସାହନ ରାଶି ଗ୍ରାମବାସୀ ମାନେ ପାଉଛନ୍ତି ନାହିଁ ପଚାରି ବୁଝିବାସହିତ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଚାଉଳ ପାଉଛନ୍ତି କି ନାହି ପଚାରି ବୁଝିଥିଲେ । ଗ୍ରାମବାସୀ ଙ୍କୁ ହାତ ଧୁଆ ଓ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଲେ।
ପରିଦର୍ଶନ ବେଳେ ଜିଲ୍ଳାପାଳଙ୍କ ସହିତ ଗୁଡାରୀ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ସହକାରୀ ଜନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here