ଗୁଡାରି : AICCTU ର ନ୍ୟାୟ ଅଭିଯାନ

0
52

ଗୁଡାରି(ଆଦ୍ୟାଶା ନିଉଜ) – : ଶୁକ୍ରବାର ତା-୨୬/୬/୨୦୨୦ ରିଖ ଦିନ ଦେଶ ବ୍ୟାପି AICCTU  ୧୬ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ସେହିପରି ଗୁଡାରିରେ ମଧ୍ୟ ଶ୍ରୀ ତ୍ରିପତି ଗମାଙ୍ଗଙ୍କ ତତ୍ୱାବଧାନରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ନୃସିଂହ ଚରଣ ସେଠୀ ଏବଂ ତହସିଲଦାର ଭାରତୀ ଦେବୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ଦାବୀ ଗୁଡିକ ମଧ୍ୟରୁ
୧) ସ୍କିମ ୱାର୍କର ମାନକୁ କୋରନା ଯୋଧ୍ୟାର ମାନ୍ୟତା ସହ ୫୦ଲକ୍ଷ ଟଙ୍କା ପ୍ରଦାନ କରିବା।
୨) ତାଲା ବନ୍ଦ ସମୟରେ ସମସ୍ତଙ୍କୁ ୧୦ ହଜାର ଟଙ୍କା ପ୍ରଦାନ,
୩)ପାଚିକା ସହାୟିକା ମାନଙ୍କୁ ୨୧ ହଜାର ଟଙ୍କା ଦରମା ଦେବା ।
୪) ସ୍ଥାୟୀ ନିଯୁକ୍ତି ପେନସନ ସହ ସୁତା ଲୁଗା ଯୋଗାଇବା ।
୫)୧୨ ଘଣ୍ଟା ବଦଳରେ ୮ଘଣ୍ଟା କାମ କରବା,
୬) ଅଗଣତାନ୍ତ୍ରିକ ଶ୍ରମିକ ଆଇନ ବାତ୍ତିଲି କରିବା,
୭)ମହଙ୍ଗାଭତ୍ତା ଏବଂ ବେତନ କାଟିବା ବନ୍ଦ କରିବା,
୮)ଶ୍ରମ ଆଇନ ସଂଶୋଧନ କରି ଶ୍ରମ ବୋଡ ବାତ୍ତିଲ କରିବା,
୯) ପ୍ରତେକ ଶ୍ରମିକ ମାନଙ୍କୁ ୬ ମାସ ପର୍ଯ୍ୟନ୍ତ ମାଗଣାରେ ମାସକୁ ୧୦କେଜି ଚାଉଳ ଯୋଗାଇବା,
୧୦) ପ୍ରତେକ ଶ୍ରମିକ ମାନଙ୍କୁ MGNREGA କାମରେ ୨୦୦ଦିନ କାମ ଯୋଗାଇ ଦିନକୁ ୫୦୦ ଟଙ୍କା ମଜୁରୀ ଦେବା ।
୧୧) ଜଗଂଲଜମି ପଟା, ଘର ଢିହ ପଟ୍ଟା ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କମିଟି ସଭ୍ୟ ଶ୍ରୀ ତ୍ରିପତି ଗମାଙ୍ଗ, ରାଜ୍ୟ କମିଟି ସଭ୍ୟ ବୃନ୍ଦାବନ ବିଡିକା, ସମ୍ବରା ଶବର, ରବି ଶବର,ସୁବାସ କିମ୍ଵାକା, ମଙ୍ଗଳା ମାଝୀ,ପ୍ରସାଦ ଲିମା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଭାଗନେଇ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here