ପ୍ରତିନିଧିତ୍ୱ ରୁ ହଟିଲେ ଦୀପାଳି ,କୋଭିଡ ମାମଲା ଦାଏର ହେଲା ଥାନା ରେ

0
151

 

ଝାରସୁଗୁଡ଼ା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ନାଁରେ ଏତଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ଝିଅ ଦୀପାଳି ଦାସ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ-୧୯ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ। ଏନେଇ ଝାରସୁଗୁଡା ଏସ୍‌ପି ସୂଚନା ଦେଇଛନ୍ତି । ପୌରପରିଷଦ ଅଧିକାରୀଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି।

ଗତ ୨୨ ତାରିଖରେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ କରି ଊଜଊଇ କନ୍ଫରେନ୍ସ ହଲରେ ନରସିଂହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ସଭା କରିଥିଲେ। କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ନବ ଦାସଙ୍କ ଝିଅ ଦୀପାଳି ଏହି କାର‌୍ୟ୍ୟକ୍ରମର ଆୟୋଜନ କରିଥିଲେ। ଯେଉଁଥିରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ମଧ୍ୟ ଦୀପାଳି ଦାସଙ୍କ ନାଁରେ ଏତଲା ଦେଇଥିଲା।

ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଦାସ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କ ପ୍ରତିନିଧି ରୂପେ ଦୀପାଳିଙ୍କୁ ଦେଇଥିବା ନିଯୁକ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି । ଗତ ଡ଼ିସେମ୍ବର ୨ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୀପାଳି ଦାସଙ୍କୁ ତାଙ୍କର ସରକାରୀ ପ୍ରତିନିଧି ଭାବରେ ନିଯୁକ୍ତି ନେଇ ଜିଲାପାଳଙ୍କୁ ଚିଠି କରାଯାଇଥିଲା । ମାତ୍ର ଏବେ ତାହାକୁ ପ୍ରତ୍ୟାହାର କରି ନିଆଯାଇଥିବା ମନ୍ତ୍ରୀ ଝାରସୁଗୁଡ଼ା ଜିଲା ପ୍ରଶାସନକୁ ଜଣାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here