ଭବାନୀପାଟଣା ମ୍ୟୁନିସିପାଲିଟି ର ୧୦ ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

0
147

 

କଳାହାଣ୍ଡି – : କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ପୌରାଞ୍ଚଳ ର ୧୦ ନମ୍ବର ୱାର୍ଡର ଜଣେ ୫୮ ବର୍ଷୀୟ ବୃଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି। ଜିଲ୍ଲା ମୂଖ୍ଯ ଚିକିତ୍ସାଧିକାରୀ ଡଃ ଜଗୁଲାଲ ଅଗ୍ରୱାଲ ଙ୍କ ସୂଚନାନୁଯାୟୀ ବ୍ରୁଦ୍ଧା ଜଣକ ଗତ ୧୭ ତାରିଖ ଦିନ ଭୁବନେଶ୍ବରସ୍ଥିତ ସୋମ ହସ୍ପିଟାଲକୁ ଚିକିତ୍ସିତ ହେବା ପାଇଁ ଯାଇ ଫେରିଥିଲେ ଓ ପରେ ରାୟଗଡ଼ା ଜିଲ୍ଲା ବିଷମକଟକ ହସ୍ପିଟାଲ କୁ ମଧ୍ୟ ଚିକିତ୍ସା ପାଇଁ ଯାଇଥିଲେ। ହେଲେ ପରେ ସେ ପୁଣିଥରେ ଭୁବନେଶ୍ବର ସୋମ ହସ୍ପିଟାଲ କୁ ଅପରେସନ(ଅସ୍ତ୍ରୋପଚାର) ପାଇଁ ୨୫ ତାରିଖ ଯାଇଥିଲେ। ସେଠାରେ ୨୬ ତାରିଖ ଦିନ ସ୍ୱାବ ପରୀକ୍ଷାରୁ ତାଙ୍କର କୋରୋନା ପଜିଟିଭ ଜଣାପଡିଥିଲା। ଫଳରେ ଜିଲ୍ଲା ପ୍ରଶାସନ ସଂକ୍ରମଣ ଆଶଙ୍କାରେ ଭବାନୀପାଟଣା ପୌରାଞ୍ଚଳର ୧୦ ନମ୍ବର ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ,ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରିବାପାଇଁ ସହରବାସୀଙ୍କୁ ସତର୍କ କରିଛନ୍ତି।
ଭବାନୀପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here