ଦେବଗଡ଼ : ଝାଟିମାଟି କୁଡ଼ିଆରେ ଅନାଥ ଜୀବନ ବିତାଉଛନ୍ତି ୩ ଭାଇ ଓ ଭଉଣୀ

0
211
ଦେବଗଡ଼ (ଆଦ୍ୟାଶା ନ୍ୟୁଜ /ଆଲୋକ ପ୍ରସାଦ) – : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅଧିନସ୍ଥ ବଡ଼ଛାପଲ ଗ୍ରାମ ପଞ୍ଚାୟତ ର ବ୍ରହ୍ମ ସାଧୁବାହାଳି ଗ୍ରାମରେ ଅନାଥ ଜୀବନ କାଟୁଛନ୍ତି ୩ ଭାଇ ଓ ଭଉଣୀ ।ଏହି ଅନାଥ ୩ ଭାଇ ଭଉଣୀ ମଧ୍ୟରୁ , ଭାରତ କୁମାର ବାଦୀ ସବୁଠାରୁ ବଡ଼ ଯାହାଙ୍କ ବୟସ ୧୫ ବର୍ଷ, କାଲି ବାଦୀ (୧୦), ସାନ ଭଉଣୀ ଜ୍ୟୋତି ।
ପ୍ରାପ୍ତ ସୂଚନା ଅନୁଯାୟୀ  କିଛି ବର୍ଷ ହେବ ପିଲା ମାନଙ୍କ ବାପା ମୃତ୍ୟୁ ବରଣ କରିଥିବାବେଳେ ମା ମଧ୍ୟ ପିଲାଙ୍କୁ ଭଗବାନଙ୍କ ଭରସା ରେ ଛାଡି ଦେଇ ନିଜ ସ୍ୱାମୀଙ୍କ ପଥ ଅନୁସରଣ କରି ଆର ପାରିକି ଚାଲିଗଲେ । ହେଲେ ଏବେ ଏହି କୋମଳ ମତି ଭାଇ ଭଉଣୀ ଙ୍କ ସବୁଠାରୁ ବଡ଼ ଭାଇ, ଯାହାଙ୍କ ବୟସ ୧୫ ବର୍ଷ ସେ ତାଙ୍କର ଅନ୍ୟ ଛୋଟ ଭାଇ ଭଉଣୀଙ୍କ ପ୍ରତିପୋଷଣ ର ବୋଝ ବୋହିଛନ୍ତି ନିଜ କାନ୍ଧରେ ।
କୋଉଠୁ କାହାଠାରୁ ମାଗି ଯାଚି କିମ୍ବା, କେହି ପଡୋଶୀ ଦୟା କରିଲେ ଭାଇ ଭଉଣୀ ର ଭୋକ ମେଣ୍ଟେ  ।
ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପ୍ରଶାସନ ଏ କୋମଳମତି ଭାଇ ଭଉଣୀ ଉପରେ ସହାନୁଭୂତି ର ହାତ ରଖିଲେ ଏ ଚାରି ଅନାଥ ପିଲାଙ୍କ ଭାଗ୍ୟ ବଦଳି ଯାଆନ୍ତା ବୋଲି ଗ୍ରାମ ବାସୀ ମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here