ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ

0
93

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଜୁନ ୨୦ରେ ସେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲା।

ତାଙ୍କ ସ୍ବସ୍ଥ୍ୟ ଠିକ୍‌ ହେଉଛି ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଅଚାନକ ତାଙ୍କ ମୃତ୍ୟୁ ଘଟିଛି। ସରୋଜ ଖାନଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ରହିଛନ୍ତି। ବଲିଉଡର ସୁପରହିଟ ଗୀତ ଡୋଲାରେ ଡୋଲାରେ, ଏକ ଦୋ ତିନ, ଧକ ଧକ ଭଳି ଅନେକ ସଙ୍ଗୀତର କୋରିଓଗ୍ରାଫ୍‌ କରିଥିଲେ। ୪ ଦଶନ୍ଧିରୁ ଅଧିକ ବଲିଉଡ୍‌ କ୍ୟାରିୟର ମଧ୍ୟରେ ସେ ୨ ହଜାରରୁ ଅଧିକ ଗୀତର କୋରିଓଗ୍ରାଫ୍‌ କରିଛନ୍ତି। ସେ ୩ଥର ଜାତୀୟ ପୁରସ୍କାର ମଧ୍ୟ ଜିତିଛନ୍ତି।

LEAVE A REPLY

Please enter your comment!
Please enter your name here