ସରକାରୀ ଅବହେଳା ରୁ ଅର୍ଦ୍ଧ ନିର୍ମିତ ହୋଇ ପଡିଛି ପ୍ରଧାନମନ୍ତ୍ରୀ ଆବାସ ଘର | ପ୍ରତିଶୃତି ରେ ଅଟକିଛି ଜିଲ୍ଲା ପ୍ରଶାସନ…..

0
286
ଦେବଗଡ଼ (ଆଦ୍ୟାଶା ନ୍ୟୁଜ) – ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ର ଲୋଇମୁରା ଗ୍ରାମପଞ୍ଚାୟତ ର ଟିପିର ସିଙ୍ଗା ଗ୍ରାମରେ ବାସ କରନ୍ତି ସର କିଷାନ ପରିବାର । ସ୍ୱାମୀ  ଗଙ୍ଗା କିଷାନ ଙ୍କ ନାମରେ ୨୦୧୮ ମସିହା ରେ ମଞ୍ଜୁର ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ ଘର । କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟ ରେ କେବଳ ୨୦,୦୦୦ ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିବା ବେଳେ , ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି  ଅବଶିଷ୍ଟ ଅନୁଦାନ ରାଶି ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିନଥିବାରୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି ସର କିଷାନ ଙ୍କ ଆବାସ ଯୋଜନା ଘର ।
ଏଇଥିପାଇଁ ସେ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଚପଲ ଘୁରି ହେଉଛି ସିନା ମିଳୁନି ସରକାରୀ ଅନୁଦାନ ର ଅବଶିଷ୍ଟ ଟଙ୍କା । ଖରା ବର୍ଷା ଶୀତ କାକର ରେ ଭଙ୍ଗା ଖପର ଓ ପାଲଟଣା ଘରେ କଟୋଉଛନ୍ତି ନିଜ ର ଓ ନିଜ ସନ୍ତାନ ର ଜୀବନ । ଗୋଟିଏ ପଟେ ନାରୀକୁ ସଂମାନ ଆଳରେ ଜିଲ୍ଲା ପାଳ ମୋହଦୟ ସର କିଷାନ ଙ୍କୁ କାର୍ଯ୍ୟାଳୟ କୁ ନ ଦୌଡ଼ିବାକୁ ପରାମର୍ଶ ଦେବା ସହିତ ଆପଙ୍କ ଘର ର କାମ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ହେବାର ପ୍ରତିଶୃତି , କେବଳ ବଚନ ହୋଇ ରହିଯାଇଛି ।
 ଏଣୁ ଜିଲ୍ଲା ପ୍ରଶାସନ ଏ ଉପରେ ଦୃଷ୍ଟି ଦେଇ ସର କିଷାନ ଙ୍କ ଘର ଟି କିଭଳି ସମ୍ପୂର୍ଣ୍ଣ ହେବ ସେ ଉପରେ ନଜର ଦେଲେ , ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି ସର କିଷାନ ।

LEAVE A REPLY

Please enter your comment!
Please enter your name here