କୋରାପୁଟ : ୨ କାର ସହ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

0
127

କୋରାପୁଟ -:  କୋରାପୁଟ ଲମତାପୁଟ ଛକରୁ ୨ଟା କାର ସହ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୭ ଜଣଙ୍କୁ  ପୋଲିସ୍‌ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଲମତାପୁଟ, ମାଛକୁଣ୍ଡ ଏବଂ ଜଲାପୁଟ  ପୋଲିସ୍ ମିଳିତ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ଖସି ଯିବା ଅଭିଯୁକ୍ତମାନେ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ୍ ଗଞ୍ଜେଇ ସହ ୨ଟି କାରକୁ ଜବତ କରିଥିଲା। ଏଥିସହ ଯେଉଁ କାରରେ ଥିବା ୭ ଜଣଙ୍କୁ ପୋଲିସ୍ ମାଡ଼ି ବସିଥିଲା। ଏହି ୭ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରି ଅଧିକ ତଥ୍ୟ ପାଇଁ ପଚାରଉଚାର ଜାରି ରଖିଛି।

LEAVE A REPLY

Please enter your comment!
Please enter your name here