ଉଜ୍ଜୟିନୀସ୍ଥିତ ଏକ ମନ୍ଦିର ପରିସରରୁ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ଗିରଫ

0
144

ଭୋପାଳ -: କାନପୁର ନିକଟରେ ଆଠଜଣ ପୁଲିସ କର୍ମଚାରୀଙ୍କ ହତ୍ୟାରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ନିଜ ଗାଁରେ ଏକ ପୁଲିସ ଦଳ ଉପରକୁ ଅତର୍କିତ ଆକ୍ରମଣ କରି ପ୍ରାୟ ଗୋଟିଏ ସପ୍ତାହ ହେବ ସେ ଫେରାର ହୋଇଯାଇଥିଲେ।

୭ ଦିନର ଲୁଚକାଳି ଖେଳ ପରେ ମଧ୍ୟପ୍ରଦେଶ ପୁଲିସ ଉଜ୍ଜୟିନୀସ୍ଥିତ ଏକ  ମନ୍ଦିର ଭିତରୁ ବିକାଶକୁ ଗୁରୁବାର ସକାଳେ ଗିରଫ କରିଛି। ପୁଲିସ ବିକାଶର ୨ ସହଯୋଗୀଙ୍କୁ ଏନକାଉଣ୍ଟର କରିବା ପରେ ବିକାଶକୁ ଖୋଜୁଥିଲା। କିନ୍ତୁ ସେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଲୁଚିଥିବା ଖବର ପାଇଁ ସ୍ଥାନୀୟ ପୁଲିସ ତା’କୁ ଗିରଫ କରିଥିଲା। ଏନକାଉଣ୍ଟରରୁ ବର୍ତ୍ତିବା ଲାଗି ବିକାଶ ମନ୍ଦିର ଭିତରେ ଚିତ୍କାର କରି ପୁଲିସକୁ ନିଜର ପରିଚୟ ଜଣାଇଥିଲା।

LEAVE A REPLY

Please enter your comment!
Please enter your name here