ଓଡିଶା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା : ହତ୍ୟା ମାମଲା ରୁଜୁ କଲା ରେଳବାଇ ପୁଲିସ୍ By Aadyasha News - July 9, 2020 0 94 Share on Facebook Tweet on Twitter ଭୁବନେଶ୍ୱର -: ସମାଜସେବୀ ‘ମାନବପ୍ରେମୀ’ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଧୀରେ ଧୀରେ ରହସ୍ୟ ଘେରକୁ ଚାଲିଯାଉଛି। ଏହାରି ଭିତରେ ଗୁରୁବାର ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ପଛ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ଆଦିତ୍ୟର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବା କୁହାଯାଉଛି। ଏନେଇ ଆଦିତ୍ୟଙ୍କ ସଂଗଠନ ପିପୁଲସ୍ ଫର୍ ସେବାର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ହତ୍ୟା ମାମଲା ରୁଜୁ ହୋଇଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ସମାଜସେବୀ ଆଦିତ୍ୟ ଦାଶଙ୍କର ମୃତ ଦେହ ଗତ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଥିଲା। ଆଜି ମୃତ ଆଦିତ୍ୟର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଛି।