ରାଜସ୍ୱ ନିଶାରେ ସରକାର ! ସଂକଟରେ ପରିବେଶ, ଖଣି ଖନନ ପାଇଁ କଟିବ ୯ ଲକ୍ଷ ମୂଲ୍ୟବାନ ଗଛ !

0
246

କେନ୍ଦୁଝର (ରବୀନ୍ଦ୍ର ଖମଣିଆ ) – : ରାଜ୍ୟ କୁ ସବୁଜ ବନାନୀ ଓ ପରିବେଶ ସୁରକ୍ଷା କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ବସୁଧା ଯୋଜନା । ଯେଉଁ ଥିରେ ଗ୍ରାମ ସ୍ତରରୁ ଏହାର କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରିଛନ୍ତି । ହେଲେ ବାସ୍ତବରେ ସରକାର ଙ୍କର ଆନ୍ତରିକତା କେତେ ଯାହା ସବୁ ସରକାରଙ୍କର ନିଲାମ ପାଇଥିବା ଖଣି ତାଲିକାରୁ ଜଣାପଡୁଛି । ପ୍ରସ୍ତାବିତ ୧୦ ଖଣି କାର୍ଯ୍ୟକାରୀ ହେଲେ ପାଖପାଖି ୯ ଲକ୍ଷ ଦୁର୍ଲଭ ଶାଳ ଗଛ କଟିବା ସହ ବନ୍ୟଜନ୍ତୁ ବାସହରା ହେବେ । ଏଥିସହ ସ୍ଥାନୀୟ ଅଧିବାସୀ ମାନେ ପାରମ୍ପରିକ ଜଙ୍ଗଲ ଜାତ ଦ୍ରବ୍ୟ ରୁ ବଂଚିତ ହେବେ ଯାହା ତାଙ୍କ ଜୀବନ ଜୀବିକା କୁ ପ୍ରଭାବିତ କରିବ । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ ଓ କେନ୍ଦୁଝର ନାଗରିକ ମଞ୍ଚ ।

କେନ୍ଦୁଝର ମାଟି ଗର୍ଭରୁ ଖଣି ପଦାର୍ଥ ଉତ୍ତୋଳନ  ରୁ ସରକାର ମୋଟା ରାଜସ୍ୱ ପାଉଛନ୍ତି । ମାତ୍ର ଏହା ଦ୍ୱାରା ପରିବେଶ ବିଗୁଡୁ ଥିଲେ ମଧ୍ୟ ଏଥିପ୍ରତି ସରକାର ଙ୍କ ନିଘା ନାହିଁ । ବର୍ତମାନ କେନ୍ଦୁଝରରେ ପାଖାପାଖି ୧୩୦ ରୁ ଉର୍ଦ୍ଧ ଖଣି କାର୍ଯ୍ୟକ୍ଷମ ଥିବାବେଳେ ଏଥିପାଇଁ ପାଖାପାଖି ୨୪୦ ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଛି । ଯାହାଫଳରେ ଜିଲ୍ଲାର ପରିବେଶ ନଷ୍ଟ ହେବା ସହ ଭୂତଳ ଜଳ ହ୍ରାସ ପାଇଛି । ବନ୍ୟଜନ୍ତୁ ଜନବସତି ମୁହାଁ ହୋଇଛନ୍ତି ! ଅନେକ ସମୟରେ ଜୀବନ ବିକଳରେ ହାତୀ ପଲ ଘର ମୁହାଁ ହୋଇ ନିରିହ ଲୋକଙ୍କର ଘର ଭାଙ୍ଗିବା ଖଣି ଅଞ୍ଚଳ ରେ ଏକ ନିତିଦିନିଆ ଘଟଣା ପାଲଟିଛି । ପ୍ରଚୁର ଖଣି ଖନନ ପାଇଁ ଜଙ୍ଗଲ ନଷ୍ଟ ହେଉଥିବା ହେତୁ ହାତୀ ମାନେ ମଧ୍ୟ ମାଫିଆ ଙ୍କ ଦ୍ଵାରା ଶିକାର ହେଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି ! ଏତେସବୁ ପରେ ମଧ୍ୟ ସରକାର ଙ୍କର ଏହି ସବୁ ପ୍ରତି ଧ୍ୟାନ ନାହିଁ । ରାଜସ୍ୱ ପାଇବା ଲୋଭରେ ଏକ ହାଇ ଲେବଲୁ କମିଟି (HLC) କେନ୍ଦୁଝର ଓ ସୁନ୍ଦରଗଡ ସୀମାନ୍ତରେ ୧୦ ଟି ଲୌହ ଖଣି କୁ ନିଲାମ ପ୍ରକ୍ରିୟାରେ ସାମିଲ କରି ସରକାର ଏହା ପ୍ରମାଣିତ କରିଛନ୍ତି ।

ଯେଉଁଥିରୁ ସରକାର ୫୭୪ ମିଲିୟନ ଟନ ଖଣିଜ ପଦାର୍ଥ ଉତ୍ତଳନ କରିବାର ଲକ୍ଷ ରଖିଛନ୍ତି । ଏଥି ନିମନ୍ତେ ୭୬୦ ହେକ୍ଟର ଜମିରେ ଖଣି କାର୍ଯ୍ୟ ଚାଲିବ । ସେଥିମଧ୍ୟରୁ ୫୯୨ ହେକ୍ଟର ଜଙ୍ଗଲ ଜମି । ଯଦି ଏଥିରେ ଖଣି କାର୍ଯ୍ୟ ଚାଲେ ତେବେ ପାଖାପାଖି ୯ ଲକ୍ଷ ଦୁର୍ଲଭ ଶାଳ ଗଛ ସହ ଅନ୍ୟାନ୍ୟ ଗଛ କଟିବାର ସମ୍ଭାବନା ରହିଛି । ଏଥିମଧ୍ୟରୁ ଦୁଇଟି ଗନ୍ଧଲପଦା ଓ ଉଞ୍ଚବାଲି ପ୍ରସ୍ତାବିତ ଖଣି ରହିଛି । ଗନ୍ଧଲପଡ଼ା ଖଣି ରୁ ସରକାର ୩୧୪ ମିଲିୟନ ଟନ ଖଣିଜ ପଦାର୍ଥ ଉତ୍ତଳନ ର ଲକ୍ଷ ରଖିଛନ୍ତି । ସେଥିପାଇଁ ୨୪୧ହେକ୍ଟର ଜମିରୁ ୧୮୧ ହେକ୍ଟର ଜଙ୍ଗଲ ଜମି ରହିଛି । ଯେଉଁଥିରେ ୩ଲକ୍ଷ ଗଛ କଟିବାର ସମ୍ଭାବନା ରହିଛି । ସେହିପରି ଉଞ୍ଚାବାଲି ରେ ଖଣିରେ ୩.୬ ମିଲିୟନ ଟନ ଖଣିଜ ପଦାର୍ଥ ଉତ୍ତଳନ ପାଇଁ ୮୦ ହେକ୍ଟର ଜମି କାମରେ ଲାଗିବ । ତାହା ମଧ୍ୟରେ୭୯.୪ ହେକ୍ଟର ଜଙ୍ଗଲ ଜମି ରହିଛି । ଏଣୁ ଏହି ସବୁ ଜଙ୍ଗଲ ଧ୍ୱଂସ ହେବା ପୂର୍ବରୁ ସ୍ତାନୀୟ ଅଧିବାସୀ ଓ କେନ୍ଦୁଝର ନାଗରିକ ତୀବ୍ର ବିରୋଧ କରିଛନ୍ତି ।
୨୦୧୯ ଅକ୍ଟୋବର ରେ ଏହି ୮ ଟି ପ୍ରସ୍ତାବିତ ଖଣିକୁ ସରକାର ନିଲାମ ପ୍ରକ୍ରିୟା ସାମିଲ କରିଥିଲେ । କିନ୍ତୁ ଏହାକୁ କେନ୍ଦୁଝର ନାଗରିକ ମଞ୍ଚ ଓ ସ୍ଥାନୀୟ ଅଧିବାସୀ ବିରୋଧ କରିବା ପରେ ସରକାର ସେତେବେଳେ ଏହି ନିଲାମ ପ୍ରକ୍ରିୟା ରୁ ଓହରି ଯାଇଥିଲେ । ପୁଣି ବର୍ତ୍ତମାନ ୨୦୨୦ ରେ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ।ଯାହାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ ର ସ୍ୱର ଉଠିଛି । ହେଲେ ଏ ସବୁ ନେଇ ଜିଲ୍ଲାପାଳଙ୍କ ନିକଟରେ କୌଣସି ଖବର ନଥିବା କହିଛନ୍ତିି !

LEAVE A REPLY

Please enter your comment!
Please enter your name here