ଅନୁଗୁଳ : ମଦ ଦୋକାନ ପାଲଟିଲା ସୁପରସ୍ପ୍ରେଡର …..

0
114

ଅନୁଗୁଳ -:  ଅନୁଗୁଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଉଥିଲା । ଶେଷରେ ତାହା ହିଁ ହୋଇଛି । ଗତ ୧୯ ତାରିଖରେ ମଦ କାଉଣ୍ଟରର ୩ ଜଣ ସେଲ୍ସମ୍ୟାନ୍‌ ପଜିଟିଭ୍‌ ବାହାରିଥିଲେ । ଏହି ମଦ ଦୋକାନ ଲିଙ୍କ୍‌ରୁ ୪ଟି ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଏଥିରେ ଦୁଇ ଜଣ ଅବକାରୀ ବିଭାଗର ଅଧିକାରୀ ରହିଥିବା ବେଳେ ମଦ ଦୋକାନ ମାଲିକଙ୍କ ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଜଣ ପଜିଟିଭ୍‌ ନେଇ ସୂଚନା ଦିଆଯାଇଛି । ଉଦ୍‌ବେଗର ପ୍ରସଙ୍ଗ ହେଲା, ସମ୍ପୃକ୍ତ ଅବକାରୀ ବିଭାଗର ଦୁଇ ଅଧିକାରୀ ଶହ ଶହ ଲୋକଙ୍କ ସହ ମିଶିଛନ୍ତି । ସେହିପରି ଆକ୍ରାନ୍ତ ଡ୍ରାଇଭର ଓ ତାଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ସ୍ଥାନୀୟ ସଂକ୍ରମଣ ଆଶଙ୍କା ରହିଛି । ମଦ ଦୋକାନ ଦ୍ରୁତ ଗତିରେ କରୋନା ଭୂତାଣୁ ବାଣ୍ଟିବା ପରେ କେବଳ ଜିଲ୍ଲା ପ୍ରଶାସନର ନିଦ ହଜିନି, ବରଂ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମଦ ଦୋକାନକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here