ସରକାରୀ ଶିଶୁ ସଦନରେ ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର

0
133

ଜୟପୁର – : କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଗୋପବନ୍ଧୁ ଆଶ୍ରମରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ରଜଣକ ଗାଧୁଆ ଘରେ ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।

କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ତହସିଲଦାର ଅଶ୍ୱିନୀ ମହାପାତ୍ର ଓ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଶିଶୁ ସଦନରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳକ ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନାନୁସାରେ , ଆଜି ସକାଳୁ ଜଣେ ଛାତ୍ରଙ୍କ ସହ ତାଙ୍କର ଝଗଡ଼ା ହୋଇଥଲା ବେଳେ ଅନଥାଶ୍ରମର ଅଧୀକ୍ଷକ ଆସି ଏହାର ସମାଧାନ କରିଥିଲେ। ହେଲେ କିଛି ସମୟ ପରେ ଉକ୍ତ ଛାତ୍ରଜଣକ ଭିତର ପଟୁ କବାଟ ବନ୍ଦ କରି ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏହା ଜଣାଯିବା ପରେ କବାଟ ଭଙ୍ଗା ଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।

ଶିଶୁ ସଦନରେ ଏହା ଦ୍ୱିତୀୟ  ଘଟଣା ।  ଗତ  ବର୍ଷ ସେପଟେମ୍ବର ୧୮ ତାରିଖରେ ଏହି ଶିଶୁ ସଦନରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିଲେ।

 

 

LEAVE A REPLY

Please enter your comment!
Please enter your name here