ଅନୁପମ୍ ଶ୍ୟାମ୍ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି , ଆର୍ଥିକ ସହାୟତା ପାଇଁ ଗୁହାରି

0
144

ମୁମ୍ବାଇ – : ବଲିଉଡ ଅଭିନେତା ଅନୁପମ ଶ୍ୟାମ କିଡନୀ ସଂକ୍ରମଣ ଯୋଗୁଁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସେ କେବଳ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁନାହାନ୍ତି ବରଂ ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି | ତାଙ୍କର ଜଣେ ନିକଟ ବନ୍ଧୁ ତଥା ଫିଲ୍ମକାର ରାମଚନ୍ଦ୍ରନ ସୋସିଆଲ ମିଡ଼ିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ଅନୁପମ ଶ୍ୟାମ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଆର୍ଥିକ ସହାୟତା ପାଇଁ ଅମୀର ଖାନ ଓ ସୋନୁ ସୁଦଙ୍କୁ ଗୁହାରି କରିଛନ୍ତି |

ସେ ଟ୍ୱିଟ କରି କହିଛନ୍ତି ଯେ, ‘ଅନୁପମ ଗୋରେଗାଁର ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସେ ହ୍ୱାଟ୍ସ ଆପ ଗ୍ରୁପରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି | ଅମୀର ଖାନ ଓ ସୋନୁ ସୁଦଙ୍କୁ ମଧ୍ୟ ସାହାଯ୍ୟ ମାଗିଛନ୍ତି |’ ସୂଚନାଯୋଗ୍ୟ ଯେ, ୬୨ ବର୍ଷ ବୟସ୍କ ଅନୁପମ ଶ୍ୟାମ କିଡନୀ ସଂକ୍ରମଣ ଯୋଗୁଁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସେ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି ଅଛନ୍ତି | ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି |

ଅନୁରାଗ କହିଛନ୍ତି ଯେ, ଗତ ୯ ମାସ ହେଲା ତାଙ୍କର ଡାଏଲେସିସ ଚାଲୁଛି | କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ୬ ମାସ ପୂର୍ବରୁ ତାଙ୍କର ଚିକିତ୍ସା ରୋକିବାକୁ ପଡିଥିଲା | ଅନୁରାଗ କହିଛନ୍ତି ଯେ, ଗତକାଲି ରାତିରେ ଯେତେବେଳେ ଅନୁପମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେତେବେଳେ ମଧ୍ୟ ସେ ଆର୍ଥିକ ସମସ୍ୟାରେ ରହିଛନ୍ତି | ତାଙ୍କୁ ଆର୍ଥିକ ସହାୟତା ଆବଶ୍ୟକ |

ସିନେ ଆଣ୍ଡ ଟେଲିଭିଜନ ଆର୍ଟିଷ୍ଟ ଏସୋସିଏସନର ଯୁଗ୍ମ ସଚିବ ଅମିତ ବହଲ ଏବିପି ନ୍ୟୁଜକୁ କହିଛନ୍ତି ଯେ, ସଂସ୍ଥା ପୂର୍ବରୁ ମଧ୍ୟ ଅନୁପମଙ୍କୁ ଆର୍ଥିକ ସାହାଯ୍ୟ କରିଛି ଏବଂ ଏବେ ମଧ୍ୟ ଯେତିକି ସମ୍ଭବ ସାହାଯ୍ୟ କରିବ | ସୂଚନାଯୋଗ୍ୟ ଯେ, ଅନୁପମ ଶ୍ୟାମଙ୍କ ଭାଇ ସଲମାନ ଖାନ ବିଙ୍ଗ ହ୍ୟୁମନ ଓ ମନୋଜ ବାଜପେୟୀଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି |

ଉତ୍ତର ପ୍ରଦେଶ ପ୍ରତାପଗଡ଼ରେ ଜନ୍ମ ହୋଇ ନାଟକ ଦୁନିଆରୁ ପ୍ରଥମେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ଅନୁପମ ଶ୍ୟାମ | ସେ ଲଜ୍ଜା, ନାୟକ, ଦୁବାଇ ରିଟର୍ଣ୍ଷ, ଶକ୍ତି:ଦ ପାୱାର ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି |

LEAVE A REPLY

Please enter your comment!
Please enter your name here