ଘରୋଇ କଳିକୁ କେନ୍ଦ୍ର କରି ମହିଳାଙ୍କୁ କଟୁରିରେ ହାଣି ହତ୍ୟା

0
187

ଛେଣ୍ଡିପଦା (ଘନଶ୍ୟାମ ନାଏକ ) -: ଘରୋଇ କଳିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ମହିଳାଙ୍କୁ  ନିର୍ମମ ହତ୍ୟା ଘଟଣା ଛେଣ୍ଡିପଦା ଅଂଚକ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମିଳି ଥିବା ସୂଚନାନୁସାରେ ଅନୁଗୁଳ ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ସଜରା ସାହିରେ ଏଭଳି ଜଘନ୍ୟ ହତ୍ୟାକଣ୍ଡ ଘଟିଛି।  ଏହି ଗ୍ରାମର ୩୫ ବର୍ଷ ବୟସ୍କ ଶମ୍ଭୁନାଥ  ସାହୁ,  ଘରୋଇ କଳିକୁ କେନ୍ଦ୍ର କରି  ସେହି ସାହିର ରେବତୀ ସାହୁ ସାହୁଙ୍କ ବେକକୁ କଟୁରୀ ରେ ହାଣି ହତ୍ୟା କରିଛି। ଗାଁ ଦାଣ୍ଡରେ ମୃତ ମହିଳାଙ୍କ ହତ୍ୟାକାରୀ ହତ୍ୟା କରି ଫେରାର ହୋଇଯାଇଥିଲା।

ଏହି ଖବର ପାଇବା  ପରେ ବାଗଡିଆ ଫାଣ୍ଡି ଅଧିକାରୀ ଏବଂ ଛେଣ୍ଡିପଦା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ଫେରାର ହୋଇ ଯାଉଥିବା ହତ୍ୟାକାରୀକୁ ବରଜୁରା ଅଞ୍ଚଳରୁ ଗିରଫ କରିଛି।   ହତ୍ୟାକାରୀକୁ ପୋଲିସ୍‌ ଗିରଫ କରି ପଚରାଉଚରା ଜାରି ରଖିଛି। ପୂର୍ବ ଶତ୍ରୁତା ରୁ ଏଭଳି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ ପ୍ରାଥମିକ ସୂଚନା ଦେଇଛି। ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ମୃତ ଶରୀରକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here