ରାୟଗଡା (ବ୍ୟୁରୋ ) – : ରାୟଗଡା ଜିଲ୍ଲାରୁ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଯାହାକୁ ନେଇ ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ରାୟଗଡା ଜିଲ୍ଲାକୁ ୭୨ ଘଣ୍ଟା ସଟଡାଉନ କରାଯାଇଛି । ଦିନକୁ ଦିନ ପଜିଟିଭ ସଂଖ୍ୟା ବଢୁଥିବାରୁ ୩ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୭୨ ଘଣ୍ଟା ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଜିଲ୍ଲାରେ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁଲିସ୍ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ଅନ୍ୟ ଜିଲ୍ଲା ତୁଳନାରେ ରାୟଗଡ଼ାରେ କରୋନା ଯୋଦ୍ଧା ଆକ୍ରାନ୍ତଙ୍କ ତାଲିକା ଲମ୍ବି ଚାଲିଛି। ଯାହାଙ୍କ ସଂସ୍ପର୍ଶରେ ଆସି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।
କୋରାପୁଟ, ମାଲକାନଗିରି, ନବରଙ୍ଗପୁର ପରେ ଶେଷରେ ରାୟଗଡ଼ା କରୋନା ଆକ୍ରାନ୍ତ ତାଲିକାରେ ସାମିଲ୍ ହୋଇଥିବା ବେଳେ ଏବେ ଅନ୍ୟ ୩ ଜିଲ୍ଲା ତୁଳନାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଆଗୁଆ ରହିଛି।