କେନାଲ ନିର୍ମାଣରେ ଅର୍ଥ ଆତ୍ମସାତ ଅଭିଯୋଗ

0
101

କେନ୍ଦୁଝର(ଶୂନ୍ୟରଞ୍ଜନ ଘନ): ବର୍ତ୍ତମାନ ସବୁଠି ମହାମାରୀ କୋରୋନା ଚିନ୍ତା ବଢାଇଛି । ଏହି ମହାମାରୀ ସମୟରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଥିବାବେଳେ ଚାଷ କାର୍ଯ୍ୟକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି । ସବୁ ବର୍ଷ ପରି ଚାଷୀ ମଧ୍ୟ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚାଷ ପାଇଁ ପାଣି ଆବଶ୍ୟକ ହେଉଥିବାବେଳେ ସରକାର କେନାଲ ବ୍ୟବସ୍ଥା କରିଛନ୍ତି କିନ୍ତୁ ଏହି କେନାଲକୁ ମରାମତି ନାଁରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି ।

ଏହି ଅଭିଯୋଗ ଆଣିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ନିତ୍ୟାନନ୍ଦପୁର ଗ୍ରାମବାସୀ । ଗ୍ରାମର ଜଣେ ପ୍ରଭାବଶାଳୀ ଲୋକ କେନାଲ ମରାମତି ପାଇଁ ଆସିଥିବା 5 ଲକ୍ଷ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

କେନାଲ ମରାମତି ହୋଇପାରିନଥିବାରୁ ଜମି ଗୁଡିକୁ ପାଣି ନମାଡିବାରୁ ଚଳିତ ବର୍ଷ ଗ୍ରାମବାସୀ ଚାଷ କରିବାରେ ବହୁ ହଇରାଣ ହେଉଛନ୍ତି । ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇଛନ୍ତି । ଏହାର ଶୀଘ୍ର ସମାଧାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here