ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୫୬, ୨୮୨ ସଂକ୍ରମିତ , ୯୦୪ ମୃତ୍ୟୁ

0
32

ନୂଆଦିଲ୍ଲୀ –: ଅଗଷ୍ଟ ୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧, ୯୬୪, ୫୩୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨୮୩୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୦୬୯୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୬, ୨୮୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୫୫୦୧ ରହିଛି। ୨୪ ଘଣ୍ଟାରେ ୯୦୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୧୪ ଜଣ, ଆନ୍ଧ୍ରପ୍ରଦେଶରେ ୧୬୮୧ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୨୧ ଜଣ, ବିହାରରେ ୩୫୫ ଜଣ, ଚଣ୍ଡିଗଡ଼ରେ ୨୦ ଜଣ, ଛତିଶଗଡ଼ରେ ୭୧ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୪୪ ଜଣ, ଗୋଆରେ ୬୪ ଜଣ, ଗୁଜରାଟରେ ୨୫୫୬ ଜଣ, ହରିୟାଣାରେ ୪୫୫ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୪୨୬ ଜଣ, ଝାଡ଼ଖଣ୍ଡରେ ୧୩୬ ଜଣ, କର୍ଣ୍ଣାଟକରେ ୨୮୦୪ ଜଣ, କେରଳରେ ୯୪ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୯୨୯ ଜଣ, ମହାରାଷ୍ଟ୍ରରେ ୧୬୪୭୬ ଜଣ, ମଣିପୁରରେ ୭ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ୬ ଜଣ, ଓଡ଼ିଶାରେ ୨୨୫ ଜଣ, ପୁଦ୍ଦୁଚେରୀରେ ୬୫ ଜଣ, ପଞ୍ଜାବରେ ୪୯୧ ଜଣ, ରାଜସ୍ଥାନରେ ୭୭୫ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୪୪୬୧ ଜଣ, ତେଲେଙ୍ଗାନାରେ ୫୮୯ ଜଣ, ତ୍ରିପୁରାରେ ୩୧ ଜଣ, ଉତ୍ତରାଖଣ୍ଡରେ ୯୮ ଜଣ, ଉତ୍ତରପ୍ରଦେଶରେ ୧୮୫୭ ଜଣ ଏବଂ ପଶ୍ଚମବଙ୍ଗରେ ୧୮୪୬ ଜଣ ।

LEAVE A REPLY

Please enter your comment!
Please enter your name here