ପତଞ୍ଜଳି ଆୟୁର୍ବେଦକୁ ୧୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ମାଡ଼୍ରାସ ହାଇକୋର୍ଟ ଙ୍କ ନିର୍ଦେଶ

0
99

ନୂଆଦିଲ୍ଲୀ -: ମାଡ଼୍ରାସ ହାଇକୋର୍ଟ ଗୁରୁବାର ପତଞ୍ଜଳି ଆୟୁର୍ବେଦ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା କରିବା ସହ ୨୧ ତାରିଖ ସୁଦ୍ଧା ଏହାକୁ ଜମା ଦେବାକୁ ନିର୍ଦେଶ ଦେଇଛନ୍ତି । ଆଦିର କର୍କଟ ପ୍ରତିଷ୍ଠାନକୁ ୫ ଲକ୍ଷ ଟଙ୍କା ଏବଂ ସରକାରୀ ଯୋଗ ଏବଂ ନେଚୁରୋପାଥି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଅଗଷ୍ଟ ୨୧ ସୁଦ୍ଧା ୫ ଲକ୍ଷ ଟଙ୍କା ଦେବେ ପ୍ରଦାନ କରିବାକୁ ରାୟ ଦେଇଛନ୍ତି ।

ମାଡ୍ରାସ ହାଇକୋର୍ଟ ଗୁରୁବାର ଦିନ ’କରୋନିଲ’ର ଟ୍ରେଡ୍ ମାର୍କ ସମ୍ବନ୍ଧୀୟ ମାମଲାରେ ପତଞ୍ଜଳି ଆୟୁର୍ବେଦଙ୍କ ବିରୋଧରେ ରାୟ ଦେଇଛନ୍ତି।  ପତଞ୍ଜଳି ସଂସ୍ଥା କୋଭିଡ -୧୯ ଚିକିତ୍ସା ପାଇଁ ’କରୋନିଲ’ ନାମରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରି ଲାଭାର୍ଜନ ନିମନ୍ତେ ଲକ୍ଷ୍ୟ ରଖିଥିବା ଦୃଷ୍ଟିରୁ ଏହି ଦଣ୍ଡ ଦିଆଯାଇଥିବା ରାୟରେ ଉଲ୍ଲେଖ କରିଛନ୍ତି ।

ଚେନ୍ନାଇ ସ୍ଥିତ ଆରୁଦ୍ରା ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଆଗତ ମାମଲାର ବିଚାର କରି ମାଡ଼୍ରାସ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।  ଶତାଧିକ ପୃଷ୍ଠାର ଏହି ରାୟରେ ରାମଦେବ ଓ ତାଙ୍କ ସଂସ୍ଥା ସିଧାସଳଖ ’କରୋନିଲ୍’ ଶବ୍ଦକୁ ଉଲ୍ଲଂଘନ କରିଛନ୍ତି। କରୋନା ଭୂତାଣୁ ଉପଶମ ପାଇଁ ‘କରୋନିଲ’ ନାମକୁ ବ୍ୟବହାର କରିବା ଅଯଥାର୍ଥ ବୋଲି ଅଦାଲତ କହିଛନ୍ତି । ଅନ୍ୟପକ୍ଷରେ ଆୟୁଷ ମନ୍ତ୍ରଣାଳୟ ପତଞ୍ଜଳିର କରୋନା ଭୂତାଣୁ ନିବାରଣ ଔଷଧ ‘କରୋନିଲ’ର ପ୍ରସ୍ତୁତ ବିବରଣୀ ଦାଖଲ ନିର୍ଦେଶ ଦେବା ପରେ କମ୍ପାନୀର ମୁଖ୍ୟ ନିର୍ବାହୀ ଆଚାର୍ଯ୍ୟ ବାଳକୃଷ୍ଣ କମ୍ପାନୀର ଦାବି ଅନୁସାରେ ସରକାରଙ୍କୁ ସୂଚନା ପ୍ରଦାନ କରିଛି ବୋଲି ଟ୍ବିଟରରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here