ଭିନ୍ନକ୍ଷମ ନାବାଳକ ଅନୁପମ କୁ କୋଳରେ ଧରି ବାପା ବାରଦୁଆର ଶୁଣ୍ଢିପିଣ୍ଡା, ପ୍ରଶାସନ ଓ ଜନପ୍ରତିନିଧିଙ୍କ କାହାରି ନାହିଁ ଦରଦ

0
169

 

ଫୁଲବାଣୀ (ଅଶୋକ ମିଶ୍ର ) – : ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଶାରିରୀକ ଭିନ୍ନକ୍ଷମ ଙ୍କୁ ଦିବ୍ୟାଙ୍ଗ ନାମକରଣ କରି ତାଙ୍କ ବିଭିନ୍ନ ପ୍ରକାର ଯୋଜନା ମାନ ପ୍ରଣୟନ କରି ବାହାବା ନେଉଛନ୍ତି। କିନ୍ତୁ ସରକାର ଙ୍କ ଯୋଜନା କୁ କାର୍ଯ୍ୟାନ୍ୱୟନ କରିବା ପାଇଁ ମୂଖ୍ଯ ଭୂମିକା ଗ୍ରହଣ କରିଥିବା ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ପ୍ରତି ନିଜକୁ ସମର୍ପିତ ବୋଲି ଡିଣ୍ଡିମ ପିଟୁଥିବା ଜନପ୍ରତିନିଧିମାନଙ୍କ ନିରୀହ ଗରୀବ ମାନଙ୍କ ପ୍ରତି ସେମାନଙ୍କ ଦରଦପଣିଆ କେତେ ତାହା ସହଜରେ ଜଣାପଡ଼େ କନ୍ଧମାଳ ର ୪ବର୍ଷୀୟ ଭିନ୍ନକ୍ଷମ ନାବାଳକ ଅନୁପମ ର ଦୟନୀୟ ପରିସ୍ଥିତି କୁ ଦେଖିଲେ।

କନ୍ଧମାଳ ଜିଲ୍ଲା ଦୁଡୁକୀ ଗ୍ରାମପଞ୍ଚାୟତ ର ସିତ୍ତିଗୁଡା ଗ୍ରାମରେ ବାସକରୁଥିବା ରମାକାନ୍ତ ଦିଗାଲ ଜଣେ ନିରୀହ ଗରୀବ ଖଟିଖିଆ ଦିନ ମଜୁରିଆ ଅଟନ୍ତି। ଅସହାୟ ରମାକାନ୍ତ ଙ୍କ ୪ ବର୍ଷୀୟ ନାବାଳକ ପୁତ୍ର ଅନୁପମ ନା କଥା କହିବାକୁ ସକ୍ଷମ, ନା ଚାଲିବାକୁ ସମର୍ଥ। ତଥାପି ବାପା ଙ୍କ ମନରେ ଅସୁମାରୀ ଆଶା ଓ ବିଶ୍ବାସ ଯେ, ଅନୁପମ ମଧ୍ଯ ଅନ୍ୟ ପିଲାଙ୍କ ପରି ହସିବ,ଖେଳିବ,ପଢିବ ବଡହୋଇ ମୋ ସ୍ୱପ୍ନ କୁ ପୂରଣକରିବ! ସେଥିପାଇଁ ଦିବ୍ୟାଙ୍ଗ ଅନୁପମ କୁ ଧରି ସ୍ଥାନୀୟ ଜନପ୍ରତିନିଧି ସରପଂଚ, ସମିତିସଭ୍ୟ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଗୁହାରି କରିଥିଲେ ମଧ୍ଯ ଫମ୍ପା ପ୍ରତିଶ୍ରୁତି ବ୍ୟତୀତ କିଛି ମିଳିପାରିନାହିଁ। ମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରୁ ହିଁ ପରିବାର ଚଳାଇବା ସହ ପୁଅର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି। ଅତ୍ଯନ୍ତ ପରିତାପର ବିଷୟ ଯେ ଅନୁପମ କୁ ଏପର୍ୟ୍ଯନ୍ତ ଭିନ୍ନକ୍ଷମ ଭତ୍ତା ମଧ୍ଯ ମିଳିପାରିନାହିଁ। ସେହିପରି ରମାକାନ୍ତ ଙ୍କ ପାଇଁ ସରକାର ଦ୍ବାରା ପ୍ରଣୟନ କରାଯାଇ ଥିବା ପ୍ରଧାନମନ୍ତ୍ରୀ/ବିଜୁ ପକ୍କାଘର ଯୋଜନା ମଧ୍ଯ ତାଙ୍କ ନିକଟରେ ପହଞ୍ଚି ପାରିନାହିଁ। ଏଭଳି ପରିସ୍ଥିତି ରେ ରମାକାନ୍ତ ନିଜର ଜୀବିକା ଓ ପୁଅର ଜୀବନ ସହିତ ଏକାକୀ ଲଢି ଚାଲିଛନ୍ତି। କିନ୍ତୁ ପ୍ରଶାସନ ର ସୁଦ୍ରୁଷ୍ଟି ରମାକାନ୍ତ ଓ ଅନୁପମ ଙ୍କ ଉପରେ କେବେ ପଡିବ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here