ପୂର୍ବତନ କ୍ରିକେଟର ଓ ରାଜନେତା ଚେତନ ଚୌହ୍ୱାନଙ୍କ ମୃତ୍ୟୁ : ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

0
83

ଲକ୍ଷ୍ନୌ, -:   ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ତଥା ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ଚେତନ ଚୌହ୍ୱାନ ପ୍ରାଣ ହରାଇଛନ୍ତି । କୋଭିଡ୍-୧୯ ସଂକ୍ରମଣଜନିତ ସ୍ବାସ୍ଥ୍ୟଗତ ସମସ୍ୟା ଜଟିଳ ‌ହେବାରୁ ତାଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭାଇ ପୁଷ୍ପେନ୍ଦ୍ର ଚୌହାନ ତାଙ୍କର ମୃତ୍ୟୁ ଖବର ସୁନିଶ୍ଚିତ କରିଛନ୍ତି। ଆଜି ଅପରାହ୍ଣ ୪. ୩୦ର ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କଥା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଦଳରେ ତାଙ୍କର ଅନେକ ଯୋଗଦାନ ରହିଛି । ସେ ଜଣେ ଭଲ କ୍ରିକେଟର ଓ ରାଜନେତା ଥିଲେ । ଜନସେବାରେ ମଧ୍ୟ ସେ ଉତ୍କୃଷ୍ଟତା ପ୍ରତିପାଦନ କରିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଚେତନ ଚୌହ୍ୱାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ଚେତନ ଚୌହ୍ୱାନ ନିଜ ଜୀବନରେ ପ୍ରଥମେ ଜଣେ ଖେଳାଳି ଓ ପରେ ଜନସେବକ ଭାବେ ଦେଶର ସେବା କରିଛନ୍ତି । ତାଙ୍କର ନିଧନ ଭାରତୀୟ ରାଜନୀତି ଓ କ୍ରିକେଟ ପାଇଁ ବହୁତ ବଡ କ୍ଷତି ।

ସେହିପରି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଅନୁରାଗ ଠାକୁର ମଧ୍ୟ ଚେତନ ଚୌହ୍ୱାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here