ଅଖିଳ ଭାରତୀୟ ଗୋଣ୍ଡୋଓ୍ବାନା ଗୋଣ୍ଡ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଆଦିବାସୀ ଓ ଗରିବ ପିଲା ଙ୍କ ଶିକ୍ଷା ର ଉନ୍ନତି  ଓ ଜମିଜମା ନୀତି କୁ ନେଇ ପାଞ୍ଚ ଦଫା ଦାବି

0
153
ଦେବଗଡ଼ (ଆଦ୍ୟାଶା ନ୍ୟୁଜ/ ଆଲୋକ ପ୍ରସାଦ) – : ବର୍ତମାନ ରାଜ୍ୟ ରେ କରୋନା ପରିସ୍ଥିତି ରେ ଅର୍ଥନୈତିକ କ୍ଷେତ୍ରରେ ପ୍ରଭାବ ପକେଇବା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ସ୍ଥିତି ଭୁଷୁଡିବାକୁ ବସିଛି। ଏହି ପରିପ୍ରେକ୍ଷୀରେ ଗତକାଲି  ସମଗ୍ର ଓଡ଼ିଶା  ରେ ଏବଂ ଦେବଗଡ଼ ଜିଲ୍ଲା ରେ ଗୋଣ୍ଡୋଓ୍ବାନା ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
               ଉକ୍ତ ପତ୍ର ରେ କରୋନା ପରିସ୍ଥିତିରେ ଶିକ୍ଷା ସହିତ ରାଜ୍ୟ ରେ ପ୍ରଚଳିତ ଦୁଇପ୍ରକାରର ଶିକ୍ଷା ନୀତି ପାଇ ପିଲାଙ୍କ ପାଠପଢା ରେ ପ୍ରତିବନ୍ଧକ ସୃଷ୍ଟି ହେଇଛି ବୋଲି ପ୍ରକାଶ କରିଛନ୍ତି। ଉକ୍ତ ପାଠପଢା ରେ ଅସୁବିଧା ଉପୁଜୁଛି ଏବଂ ଗରିବ ପିଲା ମାନେ ଅନଲାଇନ ପାଠପଢା ପାଇଁ ସକ୍ଷମ ହେଇ ପାରୁ ନାହାଁନ୍ତି। ଏଥିପାଇଁ ଗୋଣ୍ଡୋଓ୍ବାନା ଆଦିବାସୀ ପକ୍ଷରୁ ପ୍ରତି ୨୦୦ ପରିବାର ରେ ଗୋଟେ ଗୁଡିକରି ଗରିବ ପିଲାଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଅନଲାଇନ ପାଠପଢା ସୁବିଧା ଯୋଗାଇ ଦେବା ପାଇଁ “ବଡଦେଓ ପାଠାଗାର” ବ୍ୟବସ୍ଥା ସୁବିଧା ଯୋଗାଇ ଦିଆ ହେବ । ଏବଂ ଏହା ଝାରସୁଗୁଡ଼ା ଓ ଭୁବନେଶ୍ୱର ଠାରୁ ପରିଚାଳିତ ହେବ ।
ଏବଂ  ଆଦିବାସୀ ଙ୍କ ଜମିଜମା ଉପରେ ଦୁର୍ନୀତି ଖୋର ଅଫିସର ଜୁଲୁମ କରିପାରିବେ ନାହିଁ ଏବଂ ସାଧାରଣ ବର୍ଗଙ୍କ ଲୋକ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଦାବି କରାଯାଇଛି।
ଏହି ଦୁଇଟି କାରଣ କୁ ନେଇ ଗୋଣ୍ଡୋଓ୍ବାନା ସମ୍ପ୍ରଦାୟର ଲୋକମାନେ ପାଞ୍ଚ ଦଫା ରଖିଥିଲେ।
(୧) ସରକାର ସମସ୍ତ ବର୍ଗର ପିଲାଙ୍କ ପାଇଁ ଏକ ପ୍ରକାର ଶିକ୍ଷା ଯୋଗେଇ ଦିଅନ୍ତୁ।
(୨) ସାଧାରଣ ବର୍ଗ ଙ୍କ ହସ୍ତକ୍ଷେପ କରୁଥିବା ଗଳା ବାଟକୁ ବନ୍ଦ କରାଯାଉ।
(୩) ଆଦିବାସୀ ଙ୍କ ନିଜସ୍ଵ ଅସୁବିଧା କୁ ଦୃଷ୍ଟିରେ ରଖି ସହରାଞ୍ଚଳ ରେ ୫ରୁ୧୦ଡିସିମିଲ ଓ ଗ୍ରାମାଞ୍ଚଳରେ ୨୫ରୁ୫୦ ଡିସିମିଲ ଭିତରେ ଜମି ବିକ୍ରୟ କୁ ଅନୁମତି ଦିଆଯାଉ ।
(୪) ଆଦିବାସୀ ଓ ଆଦିବାସୀ ଙ୍କ ମଧ୍ୟ ରେ ଖରିଦ ହେଇଥିବା ଜମି  ସାଧାରଣ ବର୍ଗରେ ବିକ୍ରୟ ହେବାକୁ ହେଲେ ପ୍ରଥମ ଖରିଦ‌ବିକ୍ରୟ ଠାରୁ ତିନି ବର୍ଷ ବ୍ୟବଧାନ ରଖାଯାଉ ବୋଲି ପାଞ୍ଚ ଦଫା ରଖିଥିଲେ।
ଉକ୍ତ କାର୍ଯ୍ୟ ଦଫା ଦାବିରେ ଜିଲ୍ଲା ଆୟୋଜକ ସଭାପତି ଦିବାକର ପାତ୍ର, ମହାସଚିବ ପ୍ରଶ୍ନ କୁମାର ନାଏକ ଙ୍କ ସହିତ ବୈକୁଣ୍ଠ ନାଥ ଗଡତିଆ, ବନମାଳୀ ପାତ୍ର,ଯୋଗେଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here