ନାକଟିଦେଉଳ : କର୍କଟ ରୋଗିଙ୍କ ଚିକିତ୍ସା ରେ ଅର୍ଥ ବାଧକ !

0
113

 

ନାକଟିଦେଉଳ (ଆଦ୍ୟାଶା  ନିଉଜ ) – : ନାଁ କାନ୍ତ ବେହେରା,ବୟସ ୫୮ ବର୍ଷ , ଗ୍ରାମ ସମ୍ବଲପୁର ଜିଲ୍ଲା , ନାକଟିଦେଉଳ ବ୍ଲକ, ଅନ୍ତର୍ଗତ ସାହେବି ପଞ୍ଚାୟତ ର ହିଞ୍ଜାମୁରା ଗ୍ରାମ ର ନିଧି ବେହେରା ଙ୍କ ସ୍ତ୍ରୀ କାନ୍ତ ବେହେରା ଦୀର୍ଘ ଚାରି ମାସ ରୁ ଉର୍ଦ୍ଧ୍ବ ହେବ କ୍ୟାନ୍ସର ରୋଗ ରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ପ୍ରାପ୍ତ ସୂଚନା  ଅନୁସାରେ ହିଞ୍ଜାମୁରା ଗ୍ରାମ ର କାନ୍ତ ବେହେରା ଙ୍କ ପ୍ରାୟ ଚାରି ମାସ ଆଗରୁ ଗାଲ ଏବଂ ବେକରେ ଏକ ଟ୍ୟୁମର ଉଠିଥିଲା । ଏହାପରେ ପରିବାର ର ଲୋକେ କାନ୍ତଙ୍କର ନିକଟସ୍ଥ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ଅବସ୍ଥା ଜଟିଳ ହୋଇଥିଲା । ପରିବାର ର ଲୋକେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ତାଙ୍କୁ କ୍ୟାନ୍ସର ହୋଇଥିବା ଡାକ୍ତର କହିବା ସହ ଅପରେସନ ଓ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେଇଥିଲେ । ବର୍ତମାନ କୋରନା ପରିସ୍ଥିତି ରେ କଟକ ବଡ଼ ଡ଼ାକ୍ତରଖାନାକୁ ନେବା ସମ୍ଭବପର ହେଉ ନଥିବା ପରିବାର ଲୋକ କହିଛନ୍ତି ! ଅପରପକ୍ଷରେ କାନ୍ତ ଙ୍କ ପରିବାର ଗରିବ ଆଦିବାସୀ ଶ୍ରେଣୀ ର ହୋଇଥିବା ବେଳେ ମୂଲ ଲାଗିଲେ ଘରେ ଚୁଲି ଜଳୁଛି । ହାତରେ କାଣି କଉଡିଟିଏ ବି ନ ଥିବାରୁ କଟକ ନେଇ ଚିକିତ୍ସା କରାଇବା ସେମାନଙ୍କ ପାଇଁ ଅସମ୍ଭବ ବୋଲି କହିଛନ୍ତି । କାନ୍ତଙ୍କ ସ୍ବାମୀ ନିଧି ବେହେରା ଏହି ପରିସ୍ଥିତିରେ ପୁରା ପରିବାର କେବଳ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ।

ପ୍ରଶାସନ ତଥା କୈାଣସି ବ୍ୟକ୍ତିବିଶେଷ ଏଥିପ୍ରତି ଦୃଷ୍ଟି ଦେଇ ମା ର କ୍ୟାନ୍ସର ଚିକିତ୍ସା ପାଇଁ ସହଯୋଗ ର ହାତ ବଢାଇଲେ ତାଙ୍କ ଜୀବନ ବଞ୍ଚି ଯାଆନ୍ତା ବୋଲି କାନ୍ତ ବେହେରା ଙ୍କ ପୁଅ ଆନନ୍ଦ ଆକୁଳ କଣ୍ଠରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here