ଆଜିଠୁ ଆରମ୍ଭ କେବିସି ଶୁଟିଂ

0
81

ମୁମ୍ବାଇ – : ଲୋକପ୍ରିୟ ଗେମ୍‍ ଶୋ’ ‘କୌନ୍‍ ବନେଗା କରୋଡପତି ସିଜନ-୧୨’ ପାଇଁ ଦର୍ଶକ ଖୁବ୍‍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହାର ଶୁଟିଂ ସେପ୍ଟେମ୍ବର ୭ତାରିଖ ଅର୍ଥାତ୍‍ ଆଜିଠାରୁ ଆରମ୍ଭ ହେବ ବୋଲି ସୋନି ଟିଭି ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦେଇଛି। କିଛିଦିନ ତଳେ ଶୋ’ର ଉପସ୍ଥାପକ ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହେବା କାରଣରୁ ଶୁଟିଂ ଅଟକି ଯାଇଥିଲା। ଏବେ ଧୀରେଧୀରେ ସବୁକିଛି ସାଧାରଣ ସ୍ଥିତିକୁ ଫେରୁଛି। କେବିସି-୧୨ର ପ୍ରମୋ ପ୍ରସାରଣ ହୋଇସାରିଲାଣି। ଏଥିରେ ଜଣେ ଯୁବକ ୫୦୦ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବାର କାହାଣୀ ବର୍ଣ୍ଣନା କରୁଛନ୍ତି। ବିଗ୍‍ବି ତାଙ୍କ କାହାଣୀ ଶୁଣି ଦର୍ଶକଙ୍କ ଉଦ୍ଦେଶ୍ୟରେ କହୁଛନ୍ତି- ସେଟ୍‍ବ୍ୟାକ୍‍ର ଜବାବ କମ୍‍ବ୍ୟାକ୍‍ରୁ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here