ମୁମ୍ବଇ -: ଅଭିନେତା ସୁଶାନ୍ତ ସିଂହ ରାଜପୁତ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି। ଡ୍ରଗ୍ସ ଲିଙ୍କ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କୁ ଗିରଫ କରିଛି। ୩ଦିନ ଜେରା ପରେ ଆଜି ଗିରଫ ହୋଇଛନ୍ତି ରିୟା। ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ।
ସୂଚନା ଅନୁୁଯାୟୀ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସିବିଆଇ ତଦନ୍ତ କରୁଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ କାରବାର ସଂପର୍କକୁ ନେଇ ତନାଘନା ଚଳାଇଥିଲା। ରବିବାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଥିଲା। ପରେ ରିୟାଙ୍କୁ ଏନସିବି ପକ୍ଷରୁ ପଚରାଉଚରା କରାଯାଇଥିଲା।