ବ୍ରାବ୍ରି ମସଜିଦ୍ ଭଙ୍ଗା ମାମଲା ର , ସମସ୍ତ ୩୨ ଅଭିଯୁଙ୍କ ଙ୍କୁ ମୁକ୍ତ କଲେ କୋର୍ଟ

0
12

ନୂଆଦିଲ୍ଲୀ -: ବହୁ ପ୍ରତିକ୍ଷିତ ବାବ୍ରି ମସଜିଦ୍ ମାମଲାର ଶୁଣାଣି କରି ଏହି ମାମଲାରେ ସମସ୍ତ ୩୨ ଜଣଙ୍କୁ ମୁକ୍ତ କରିଛନ୍ତି।

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଯୋଶୀ, ଉମା ଭାରତୀ ଏବଂ ବିନୟ କାଟିଆରଙ୍କ ସମେତ ୩୨ ଅଭିଯୁକ୍ତଙ୍କ ନାମରେ ମାମଲା ରହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ମାମଲାର ରାୟ ଶୁଣାଇବାକୁ କୁହିଥିଲେ।

ଅଗଷ୍ଟ ମାସରେ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଯାଦବ ଏହି ମାମଲାର ବିବରଣୀ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ଦେଖିବା ପରେ ୧୯୯୨ ମସିହାର ଏହି ବାବ୍ରି ମସଜିଦ୍ ମାମଲାର ଶୁଣାଣି ଅବଧିକୁ ମାସେ ପାଇଁ ବୃଦ୍ଧି କରିଥିଲେ ସର୍ବୋଚ୍ଚ କୋର୍ଟ। ପୂର୍ବରୁ ଅଗଷ୍ଟ ୩୧ ସୁଦ୍ଧା ରାୟ ଶୁଣାଣି କରିବା ପାଇଁ ସ୍ୱତନ୍ତ୍ର କୋର୍ଟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ସିଆରପିସିର ଧାରା ୩୧୩ ଅନୁଯାୟୀ ୩୨ ଅଭିଯୁକ୍ତଙ୍କ ବିବୃତ୍ତି ମଧ୍ୟ ରେକର୍ଡିଂ କରିଛନ୍ତି। ଏହି ମାମଲାରେ ଅନ୍ୟ ତିନି ଅଭିଯୁକ୍ତ ହେଲେ ବିଶ୍ୱ ହିନ୍ଦୁ ପରିଷଦର ନେତା ଗିରିରାଜ କିଶୋର, ଅଶୋକ ସିଙ୍ଗଲ ଏବଂ ବିଷ୍ଣୁ ହରି ଡାଲମିଆ। ଏହି ତିନି ଜଣଙ୍କର କିନ୍ତୁ ମୃତ୍ୟୁ ହୋଇସାରିଛି। ତେଣୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ କରାଯାଇଛି।

ଡିସେମ୍ବର ୬, ୧୯୯୨ରେ ଷୋଡଶ ଶତାବ୍ଦୀର ବାବ୍ରି ମସଜିଦକୁ ହିନ୍ଦୁମାନେ ଭାଙ୍ଗି ଦେଇଥିଲେ। ଏହା ପ୍ରଭୁ ରାମଙ୍କ ଜନ୍ମସ୍ଥାନ, ରାମ ମନ୍ଦିର ଉପରେ ମନ୍ଦିର ତିଆରି ହୋଇଛି ବୋଲି ଦାବି କରି ହିନ୍ଦୁ କର୍ମୀ ଏଭଳି କରିଥିଲେ।

ଏହି ମାମଲାରେ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ଦେଶର ପ୍ରମୁଖ ନେତାଙ୍କ ନାମ ସାମିଲ୍ ରହିଛନ୍ତି ବୋଲି ଏପ୍ରିଲ ୧୯, ୨୦୧୭ରେ ସୁପ୍ରିମ କୋର୍ଟ ଅନୁଭବ କରିଥିଲେ। ଏହି ମାମଲାରେ ସାମିଲ୍ ଥିବା ଅନ୍ୟ ତିନି ଜଣ ଗିରିରାଜ କିଶୋର, ବିଶ୍ୱ ବିନ୍ଦୁ ପରିଷଦର ନେତା ଅଶୋକ ସିଂଘଲ ଏବଂ ବିଷ୍ଣୁହରି ଡାଲମିଆଙ୍କର ଶୁଣାଣି ଚାଲିଥିବା ବେଳେ ମୃତ୍ୟୁ ଘଟିଛି।

ଏପ୍ରିଲ ୨୦୧୭ରେ ସୁପ୍ରିମକୋର୍ଟ ଏହି ପୁରାତନ ମାମଲାର ଶୁଣାଣି ୨ ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେପ୍ଟେମ୍ୱର ୨୦୧୯ରେ ବିଚାରପତିଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। ଏହାପରେ ସିବିଆଇ ବିଚାରପତି ଏସକେ ଯାଦବଙ୍କ କାର୍ଯ୍ୟକାଳ ବଢ଼ାଇଥିଲେ।

ବାବ୍ରି ମସଜିଦକୁ ନେଇ ଦୁଇଟି ଅପରାଧିକ ମାମଲା ଉତ୍ତର ପ୍ରଦେଶର ରାଏବରେଲି ଏବଂ ଲକ୍ଷ୍ମୌ କୋର୍ଟରେ ରହିଥିଲା। ସୁପ୍ରିମକୋର୍ଟ କିନ୍ତୁ ମାମଲାର ବିଚାର ଶୀଘ୍ର କରିବାକୁ ଯାଇ ଲକ୍ଷ୍ମୌରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ କରିଥିଲେ।

ରାଏବରେଲିରେ ଯେଉଁ ମାମଲା ରହିଛି ତାହା ବିଜେପି ନେତା ଓ ଦକ୍ଷୀଣ ପନ୍ଥୀ ନେତାଙ୍କ ବିରୋଧରେ ରହିଛି। ମସଜିଦ ଭାଙ୍ଗିବା ପାଇଁ ବିଜେପି ନେତାମାନେ ଉସକେଇବା ଭଳି ମତ ରଖିଥିଲେ। ସେହିପରି ଲକ୍ଷ୍ମୌ ମାମଲା ‘କର ସେବକ’ଙ୍କ ନାମରେ ରହିଛି।

ସୂଚନାଯୋଗ୍ୟ, ୧୬୦୦ ଶତାବ୍ଦୀରେ ମୋଗଲଙ୍କ ଦ୍ୱାରା ଉତ୍ତର ପ୍ରଦେଶରେ ବାବ୍ରି ମସଜିଦ୍ ତିଆରି ହୋଇଥିଲା। ୧୯୯୨ରେ ଆଡଭାନୀ ରଥଯାତ୍ରା କରି ରାମ ମନ୍ଦିର ନିର୍ମାଣ କରିବା ପାଇଁ ରଥଯାତ୍ରା କରିଥିଲେ। ଏହାପରେ କରସେବକମାନେ ମସଜିଦ ଭାଙ୍ଗିଥିବା ଅଭିଯୋଗ ରହିଛି।

ତେବେ ଅଯୋଧ୍ୟାରେ ରାମ ମନ୍ଦିର ଏବଂ ବାବ୍ରି ମସଜିଦକୁ ନେଇ ଯେଉଁ ବିବାଦ ଥିଲା ତାହା ସୁପ୍ରିମକୋର୍ଟ ସମାଧାନ କରିଛନ୍ତି। ବିବାଦୀୟ ୨.୭୭ ଏକର ଜମିକୁ ହିନ୍ଦୁମାନଙ୍କୁ ଦେଇଛନ୍ତି। ଏଥିସହ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ସେହିପରି ମୁସଲମାନଙ୍କ ପାଇଁ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ସରକାର ଯୋଗାଇଛନ୍ତି।

LEAVE A REPLY

Please enter your comment!
Please enter your name here