ବିସ୍ଫୋରଣ ପରେ ନିଖୋଜ ଭାଇକୁ ବିକଳ ହୋଇ ଖୋଜୁଛନ୍ତି ସାନ ଭାଇ ଓ ବଡ ଭଉଣୀ

0
31

ଭୁବନେଶ୍ୱର (ବ୍ୟୁରୋ ) -: ରାଜଭବନ ପେଟ୍ରୋଲ ପମ୍ପ ରେ ବିସ୍ପୋରଣ ପରେ ଭାଇ ସୀମାଞ୍ଚଳ ପରିଡା କୁ ବିକଳ ହୋଇ ଖୋଜୁଛନ୍ତି ସାନ ଭାଇ ଓ ବଡ ଭଉଣୀ। ମେଡିକାଲରୁ ପେଟ୍ରୋଲ ପମ୍ପ ଦୌଡୁଛନ୍ତି । ଦୁଇଜଣଙ୍କ ଆଖିରେ ଲୁହ ବୋଲ ମାନୁନି । ହେଲେ ଭାଇର କୌଣସି ପତ୍ତା ମିଳୁନି । ରାଜଭବନ ପେଟ୍ରୋଲ ପମ୍ପରେ କାମ କରୁଥିଲେ ସୀମାଞ୍ଚଳ । ବିସ୍ପୋରଣ ଘଟଣା ପରଠାରୁ ନିଖୋଜ ଅଛନ୍ତି । ନା ତାଙ୍କ  ଫୋନ ଲାଗୁଛି ନା ତାଙ୍କ ବିଷୟରେ ଖବର ମିଳୁଛି।  ଭାଇ ସୀମାଞ୍ଚଳ କଥା ପଚାରି ବୁଝୁଛନ୍ତି ଗଞ୍ଜାମ ଗହଙ୍ଗୁ ଗାଁର ମଙ୍ଗଳୁ ପରିଡା ଓ ବଡ ଭଉଣୀ ମଞ୍ଜୁଲତା ପରିଡା ।​‌

ଉଭୟଙ୍କ କହିବା ଅନୁସାରେ ସୀମାଞ୍ଚଳ ଗ୍ୟାସ ଟାଙ୍କି ମରାମତି ଠିକା ନେଇଥିବା କୋଲକତାର ଏକ ସଂସ୍ଥାରେ କାମ କରନ୍ତି । ସେ ଡିପ୍ଲୋମା ଇଂଜିନିୟର ଓ ଏଲପିଜି କାମରେ ନିୟୋଜିତ ଥିଲେ । ସେହି ସଂସ୍ଥା ରାଜଭବନ ପେଟ୍ରୋଲ ପମ୍ପ ଗ୍ୟାସ ଟ୍ୟାଙ୍କି ମରାମତି ପାଇଁ  ସୀମାଞ୍ଚଳକୁ ନିୟୋଜିତ କରିଥିଲା ।  ସୀମାଞ୍ଚଳ ଏବେ କେଉଁଠି ସେ ଖବର କାହା ପାଖରେ ନାହିଁ।  ଘଟଣା ସ୍ଥଳରୁ ଯେଉଁ ଚୁଟି, ମାଂସ ଟୁକୁଡା ଓ ଦେହର ଖଣ୍ଡବିଖଣ୍ଡିତ ଅଂଶବିଶେଷ ମିଳିଛି ତାହା କାହାର ତାର ଡିଏନ୍‌ଏ ଟେଷ୍ଟ କରାଯିବ । ତା ପରେ ସ୍ପଷ୍ଟ ହେବ ବିସ୍ପୋରଣରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ସେଠାରେ ସୁପରଭାଇଜର ଭାବେ କାମ କରୁଥିଲେ ସତ୍ୟବ୍ରତ ନାୟକ।  ଗଞ୍ଜାମ ଆସିକା ରଘୁନାଥ ନଗରର ୩୭ ବର୍ଷୀୟ ସତ୍ୟବ୍ରତ ନାଏକଙ୍କ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ୧୦ ଦିନ ତଳେ ସୁପରଭାଇଜର ଭାବେ କାମ ମିଳିଥିବାରୁ ଘରେ ସ୍ତ୍ରୀ , ଛୋଟ ପୁଅ ଓ ବୃଦ୍ଧା ମାକୁ ଛାଡି ଭୁବନେଶ୍ବର ଆସିଥିଲେ । ବିସ୍ପୋରଣ ଘଟିଥିବା ସ୍ଥାନରେ ଗ୍ୟାସ ଫିଲିଂ କାମରେ ଉପସ୍ଥିତ ଥିଲେ ସତ୍ୟବ୍ରତ ।

ଶୀଘ୍ର ଘରକୁ ଫେରିବେ ବୋଲି ପରିବାର ଲୋକଙ୍କୁ କଥା ଦେଇଥିଲେ ସତ୍ୟ । ହେଲେ ପହଁଚିଲା  ତାଙ୍କ ମୃତଦେହ । ଅନ୍ୟ ଜଣେ ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଏହି  ଭୟଙ୍କର ବିସ୍ପୋରଣରେ ୧୦ ଜଣ ଆହତ ହୋଇଥିଲେ । ଏଥିମଧ୍ୟରୁ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ଏସ ସି ବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଅନ୍ୟମାନଙ୍କ ଚିକିତ୍ସା ଚାଲିଛି।

LEAVE A REPLY

Please enter your comment!
Please enter your name here