କେନ୍ଦୁଝର ରେ ଚାଞ୍ଚଲ୍ୟ : ପୁଅର ଭୁଜାଲି ଚୋଟରେ ବାପାଙ୍କର ମୃତ୍ୟୁ

0
12

ଆନନ୍ଦପୁର –: ଯବାନ ଚାକିରୀ କରୁଥିବା ପୁଅର ଭୁଜାଲି ଚୋଟରେ ବାପାଙ୍କର ମୃତ୍ୟୁ ହେବା ସାଙ୍ଗକୁ  ଅଭିଯୁକ୍ତ ପୁଅ ଗୁରୁତର ଆହତ ହେବା ଘଟଣା କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୋଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁଅ ଗାଁର ପ୍ରମୋଦ କୁମାର ଓଝା(୫୮)ଙ୍କ ବଡ଼ପୁଅ ରଂଜନ କୁମାର ଓଝା(୨୫) ଅରୁଣାଚଳ ପ୍ରଦେଶରେ ବିଏଫଏଫର ସିପାହୀ ଭାବେ କାର୍ଯ୍ୟ କରୁଥିଲେ । କିଛି ଦିନ ହେଲା ପାରିବାରିକ କଳହ ଯୋଗୁଁ ଛୁଟି ନେଇ ଘରକୁ ଆସିଥିଲେ ।

ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ପୁଣି ଥରେ ଝଗଡ଼ା ହେବାରୁ ରଂଜନ ଉତକ୍ଷିପ୍ତ ହୋଇ ବାପାଙ୍କୁ ଭୁଜାଲିରେ ହାଣି ଦେଇଥିଲେ । ସେ ସାନ ଭାଇ ବାସୁଦେବ(୨୨)କୁ ମଧ୍ୟ ଆକ୍ରମଣ କରିଥିଲେ । ଏଭଳି କାଣ୍ଡ ଭିଆଇବା ସମୟରେ ଅଭିଯୁକ୍ତ ରଂଜନ ମଧ୍ୟ ଆହତ ହୋଇଥିଲେ । ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ଥିବାରୁ  ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ବାପା ପ୍ରମୋଦ ଓଝାଙ୍କୁ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ରାମଚନ୍ଦ୍ରପୁର ଥାନା ପୁଲିସ ପହଞ୍ଚି ଆନନ୍ଦପୁର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।  ଏବେ ପୁଲିସ୍ ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here