ଦଶ ତୁଠ କାର୍ଯ୍ୟ ଚାଲି ଥିବା ବେଳେ ବଜ୍ରପାତ, ୨ ମୃତ

0
11

ଜଗତସିଂହପୁର -:  ଦେବୀ ନଦୀ କୂଳରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ବଜ୍ରପାତ ହୋଇଛି। ଫଳରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ନଦୀରେ ଗାଧଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ। ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ସାମିଲ ହୋଇ ନଦୀରେ ଗାଧୋଉଥିବା ବେଳେ ବଜ୍ରାପାତରେ ୨ ଜଣଙ୍କ ଜୀବନ ଚାଲିଗଲା।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଦଶାହ କାର୍ଯ୍ୟରେ ପୁଣି ଅକାଳରେ ୨ ଜଣଙ୍କ ଚାଲିଗଲା। ଦୁଇଜଣଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here