ସମ୍ବଲପୁର ର ପୂର୍ବତନ ସାଂସଦ ଅମର ପ୍ରଧାନ ସ୍ତବ୍ଧ ଓ ନିର୍ବାକ

0
22

ସମ୍ବଲପୁର (ବ୍ୟୁରୋ )-: କିଛି ଦିନ ତଳେ ପୁଅର ନିର୍ବନ୍ଧ ସାରିଥିଲେ, ଦିନ କେଇଟା ପରେ ବାହାଘର ହୋଇଥାନ୍ତା । ସେତିକି ଖୁସି ବି ତାଙ୍କ ଭାଗ୍ୟରେ ଜୁଟିଲାନି । ଆଜି ନିଃସଙ୍ଗ ପାଲଟିଯାଇଛନ୍ତି ଅମର, ସାହା ଭରସା ବୋଲି ତାଙ୍କର ଆଉ କେହି ନାହିଁ। କାରଣ କଟକ ତେଲେଙ୍ଗାପେଣ୍ଠ ନିକଟରେ ପୁଅକୁ ମୃତ୍ୟୁର କୋରଡ଼କୁ ଭିଡ଼ିନେଲା ଏହି ଭୟଙ୍କର ଦୁର୍ଘଟଣା। ପୂର୍ବରୁ ଏଭଳି ଏକ ସଡ଼କ ଦୁର୍ଘଟଣାରେ ପତ୍ନୀଙ୍କୁ ବି ହରାଇଥିଲେ ଅମର । ଗୋଟିଏ ପରେ ଗୋଟିଏ ଶକ୍ତ ଆଘାତ ଆଜି ନିର୍ବାକ କରିଦେଇଛି ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କୁ ।

ସମୟ ରାତି ୨ଟା ୧୪ ମିନିଟ୍ । କଟକରେ ଖିଆପିଆ ସାରି ଜାଗୁଆର ଭୁବନେଶ୍ୱର ଫେରୁଥିଲେ ଅଙ୍କୁର। ସାଙ୍ଗରେ ଥିଲେ ୨ ସାଙ୍ଗ । କିନ୍ତୁ ଦ୍ରୁତଗତିରେ ଫେରୁଥିବାବେଳେ କଟକ ତେଲେଙ୍ଗାପେଣ୍ଠ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । କାର ଟି  ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତାକଡ଼ ଗଛରେ ପିଟି ହେବା ସହ ଖସିପଡ଼ିଲା ନିକଟ ଏକ କେନାଲକୁ। କାରଟି ଭାଙ୍ଗିରୁଜି ଚୁନା ହୋଇଯାଇଛି। ଅତ୍ୟାଧୁନିକ କାରରେ ସୁରକ୍ଷା କବଚ କୁହାଯାଉଥିବା ଏୟାରବ୍ୟାଗ୍ ବି ଫାଟିଯାଇଛି । ଫଳରେ ଅଙ୍କୁର, ତାଙ୍କ ସାଙ୍ଗ ପରମିତ୍ ଏବଂ କଟକ ଗୋପାଳପୁର ଗୌତମ ଦାସଙ୍କ ମୃତ୍ୟୁ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here