୩୧୪ ସିଏଚ୍‌ସିରେ ଅନଲାଇନ୍‌ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ

0
9

ଭୁବନେଶ୍ୱର -: ରାଜ୍ୟର ୩୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଅନଲାଇନ୍‌ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ କରାଯିବ। ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ସୁବିଧା ମିଳିପାରିବ। ଜନ୍ମ/ମୃତ୍ୟୁର ଡିଜିଟାଇଜେସନ୍‌ ହେବା ସହିତ ସ୍ବଚ୍ଛତା ଆସିପାରିବ। ଗତମାସଠାରୁ ଏହାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି।

ପୂର୍ବରୁ ସହରାଞ୍ଚଳରେ ୧୦୪ଟି ସ୍ଥାନରେ ଅନଲାଇନ୍‌ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯାଉଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି ଆବେଦନକାରୀଙ୍କ ଆବେଦନପତ୍ର ଠିକ୍ ରହିଛି ତା’ ହେଲେ ଘରେ ବସି ଆବେଦନକାରୀ ଏହାକୁ ଡାଉନଲୋଡ୍‌ କରିପାରିବେ। ତେବେ ଗ୍ରାମାଞ୍ଚଳରେ ପୂର୍ବରୁ ଏଭଳି କୌଣସି ସୁବିଧା ନାହିଁ। ଏ ଦୃଷ୍ଟିରୁ ସ୍ବାସ୍ଥ୍ୟ ବିଭାଗର ୩୧୪ଟି ସିଏଚ୍‌ସିରେ ଅନଲାଇନ୍ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଏଚ୍‌ସିର ମେଡିକାଲ ଅଫିସର ହେଉଛନ୍ତି ଏହାର ରେଜିଷ୍ଟ୍ରାର। ସେଠାରେ ସେଣ୍ଟ୍ରାଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍ (ସିଆରଏସ୍‌)ରେ କାର୍ଯ୍ୟ ହେଉଛି। ମାତ୍ର ସେଠାରେ ଲୋକମାନଙ୍କୁ ଆବେଦନ କରିବାର ସୁବିଧା ନାହିଁ। ମାତ୍ର ଏବେ ଲୋକମାନେ ସିଧାସଳଖ ଆବେଦନ କରିବା ସହିତ ସାର୍ଟିଫିକେଟ୍‌ ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ।

LEAVE A REPLY

Please enter your comment!
Please enter your name here