ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ କ୍ରିକେଟ୍‌ ତାରକା କପିଲ୍‌ ଦେବ

0
28

ନୂଆଦିଲ୍ଲୀ -: କିଂବଦନ୍ତି କ୍ରିକେଟ୍‌ ତାରକା ତଥା ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍‌ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଆଜି ତାଙ୍କୁ ଡାକ୍ତରଖାନାରୁ ବିଦାୟ ଦିଆଯାଇଛି। ଟୁଇଟ୍‌ କରି ଏ କଥା ସୁନିଶ୍ଚିତ କରିଛନ୍ତି ଦେବଙ୍କର ପୂର୍ବତନ ଟିମ୍‌ମେଟ୍‌ ଚେତନ ଶର୍ମା।

ସେ ‌ଟୁଇଟ୍‌ କରିଛନ୍ତି, ସୁସମ୍ବାଦ। କପିଲ୍ ପା’ଜି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଡାକ୍ତରଖାନାରୁ ବିଦା ହୋଇଛନ୍ତି। ଜୟ ମାତା ଦି। ୬୧ ବର୍ଷିୟ କପିଲ୍‌ଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିବା ଡାକ୍ତର ଅତୁଲ ମାଥୁର ଓ କପିଲ୍‌ଙ୍କର ଏକ ଫଟୋ ମଧ୍ୟ ସେ ଏହି ଟୁଇଟ୍‌ରେ ସେୟାର୍‌ କରିଛନ୍ତି।

ଛାତିରେ ଯନ୍ତ୍ରଣା ହେବା କାରଣରୁ ଗତ ଗୁରୁବାର ଦିନ କପିଲ୍‌ଙ୍କୁ ‘ଫୋର୍ଟିସ୍ ଏସ୍କର୍ଟ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌’ର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରୁ ଜାରି ହୋଇଥିବା ବିବୃତି ଅନୁସାରେ, କପିଲ୍ ଏବେ ଭଲ ଅଛନ୍ତି ଏବଂ ଅବିଳମ୍ବେ ନିଜର ଦୈନନ୍ଦିନ କାମ ଆରମ୍ଭ କରିପାରି‌ବେ।

LEAVE A REPLY

Please enter your comment!
Please enter your name here