ଦିଲ୍ଲୀପ ରାୟଙ୍କୁ ୩ ବର୍ଷର ଜେଲଦଣ୍ଡ କୁ ସସପେଣ୍ଡ୍ କଲେ ଦିଲ୍ଲୀ ହାଇକୋର୍ଟ

0
25

ନୂଆଦିଲ୍ଲୀ -: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ  ବଡ଼ ଧରଣର ଆଶ୍ବସ୍ତି ମିଳିଛି।  ସିବିଆଇର ସ୍ବତନ୍ତ୍ର କୋର୍ଟ ତାଙ୍କ ବିରୋଧରେ ଦେଇଥିବା ତିନି ବର୍ଷର ଜେଲ୍ ଦଣ୍ଡାଦେଶକୁ  ଦିଲ୍ଲୀ ହାଇକୋର୍ଟ ସସପେଣ୍ଡ୍‌ କରିଛନ୍ତି।  ଶ୍ରୀ ରାୟ ସିଆର୍‌ପିସିର ଧାରା ୩୮୯ରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ। ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁରେଶ କୁମାର କେଟ୍‌ଙ୍କ ଜଣିକିଆ ବେଞ୍ଚ୍‌ରେ ଏହାର ଶୁଣାଣି ହୋଇଥିଲା। ଆଉ ପ୍ରଥମ ଶୁଣାଣି‌ରେ ହିଁ ଦିଲ୍ଲୀପ ରାୟଙ୍କ ତିନି ବର୍ଷର ଦଣ୍ଡାଦେଶ ଉପରେ ବିଚାରପତି ରୋକ୍‌ ଲଗାଇଥିଲେ।

୧୯୯୯ର କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଗତକାଲି ଦିଲ୍ଲୀପଙ୍କୁ ୩ ବର୍ଷ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ। ଅଦାଲତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ପୂର୍ବତନ ସରକାରୀ ଅଧିକାରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ। ତେବେ ଏହି ଦଣ୍ଡାଦେଶ ଶୁଣାଇବା ପରେ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ନଭେମ୍ବର ୨୫ ପୂର୍ବରୁ ହାଇକୋର୍ଟରେ ଆବେଦନ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ଏହି ରାୟ ବିରୋଧରେ ଦିଲ୍ଲୀପ ରାୟ ଦିଲ୍ଲୀ ହାଇକୋର୍ଟରେ ତୁରନ୍ତ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here