ମୁମ୍ବାଇ -: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ନେଇ ଚର୍ଚ୍ଚା ଜୋର। ଫିଲ୍ମର ଟାଇଟଲ୍ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭବନାକୁ ଆଘାତ କରିଥିବା ଅଭିଯୋଗ ହୋଇଥିଲା। ଆଗାମୀ ସପ୍ତାହରେ ଓଟିଟି ପ୍ଲାଟଫାର୍ମରେ ରିଲିଜ୍ ଅପେକ୍ଷାରେ ଥିବା ‘ଲକ୍ଷ୍ମୀ ବମ୍’ର ନାଁ ପରିବର୍ତ୍ତନ କରିବାକୁ ଜୋରଦାର ଦାବି ହୋଇଥିଲା। ଯଦିଓ ଅକ୍ଷୟ କୁମାରଙ୍କୁ ଦେଶବାସୀ ପସନ୍ଦ କରନ୍ତି କିନ୍ତୁ ‘ଲକ୍ଷ୍ମୀ ବମ୍’ ଟାଇଟଲ୍ ପାଇଁ ଲୋକେ ତାଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଳା।
ତେବେ ବିବାଦ ପରେ ଫିଲ୍ମର ଟାଇଟଲ୍ ପରିବର୍ତ୍ତନ କରିଛନ୍ତି ଫିଲ୍ମ ନିର୍ମାତା। ‘ଲକ୍ଷ୍ମୀ ବମ୍’ରୁ ବମ୍କୁ ହଟାଇ କେବଳ ଫିଲ୍ମର ଟାଇଟଲ୍ ‘ଲକ୍ଷ୍ମୀ’ ରଖାଯାଇଛି। ତେବେ ପୂର୍ବରୁ ‘ଲକ୍ଷ୍ମୀ ବମ୍’ ଟାଇଟଲ୍କୁ ନେଇ ଦର୍ଶକ ଟ୍ରୋଲ୍ କରିଥିଲେ । ପରେ ଏହି ଫିଲ୍ମ ଲଭ୍ ଜିହାଦକୁ ପ୍ରୋତ୍ସାହନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଧିରେ ଧିରେ ‘ଲକ୍ଷ୍ମୀ ବମ୍’କୁ ନେଇ ବିବାଦ ଉଗ୍ରରୂପ ନେଇଥିଲା।
ବିଶେଷ ଭାବେ ହିନ୍ଦୁ ଧର୍ମର ଦେବୀ ଭାବେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ତେଣୁ ଲକ୍ଷ୍ମୀଙ୍କ ନା ପରେ ବମ୍ ଶବ୍ଦର ବ୍ୟବହାର ହିନ୍ଦୁ ଧର୍ମ ପ୍ରତି ଅବମାନନା ବୋଲି ଅଭିଯୋଗ ହୋଇଥିଲା। ଏପରିକି ବରିଷ୍ଠ ଅଭିନେତା ଅକ୍ଷୟ ଖାନ୍ନା ଫିଲ୍ମର ଟାଇଟଲ୍କୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ଆହ୍ଲା ଓ ଜିସସ୍ଙ୍କ ନାଁକୁ ନେଇ କୌଣସି ଫିଲ୍ମର ଟାଇଟଲ ତିଆରି କରିହେବ କି ?
ସୂଚନାଯୋଗ୍ୟ, ଫିଲ୍ମ ‘ଲକ୍ଷ୍ମୀ ବମ୍’ ପରିବର୍ତ୍ତିତ ଟାଇଟଲ୍ ‘ଲକ୍ଷ୍ମୀ’ ୨୦୧୧ରେ ରିଲିଜ୍ ହୋଇଥିବା ତାମିଲ ଫିଲ୍ମ ‘କାଞ୍ଚନା’ର ରିମେକ୍। ଫିଲ୍ମର ଟାଇଟଲ୍ର ନାଁ ଲକ୍ଷ୍ମୀ ରଖାଯିବାର କାରଣ କାଞ୍ଚନାର ଅର୍ଥ ସୁନା ଯାହାକି ମା’ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଏ। ତେଣୁ ଫିଲ୍ମର ଟାଇଟଲ୍ ‘ଲକ୍ଷ୍ମୀ’ ରଖାଯାଇଛି ବୋଲି ନିର୍ଦେଶକ ରାଘବ ଲରେନ୍ସ କହିଛନ୍ତି।