ଦୀପାବଳିରେ TVS Jupiter ଉପରେ ଆକର୍ଷଣୀୟ ଅଫର

0
23

ନୂଆଦିଲ୍ଲୀ – : ପାର୍ବଣ ଋତୁରେ ଅନେକ ସାମଗ୍ରୀରେ କମ୍ପାନୀ ଅଫର ଦେଉଛି। ଟିଭିଏସ୍ କମ୍ପାନୀ ମଧ୍ୟ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟି TVS Jupiter ଉପରେ ଆକର୍ଷଣୀୟ ଅଫର ଦେଉଛି। କମ୍ପାନୀ ଏଥିରେ ଜିରୋ ଫାଇନାନ୍ସ ରୁ କ୍ୟାସବ୍ୟାକ ଯାଏଁ ଅଫର୍ ଦେଉଛି। ଏହି ଅଫର ଅନୁସାରେ ଆପଣ କୌଣସି ଡାଉନ୍ ପେମେଣ୍ଟ ନ ଦେଇ ଗାଡି କିଣିପାରିବେ। ଯଦି ଆପଣ ବ୍ୟାଙ୍କ ଅଫ ବରୋଦା କିମ୍ବା ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ କାର୍ଡରୁ ପେମେଣ୍ଟ କରିବେ ତାହେଲେ ୫ ପ୍ରତିଶତ କ୍ୟାସବ୍ୟାକ୍ ମଧ୍ୟ ମିଳିବ।

ଏହି ଅଫରକୁ ଆହୁରି ଆକର୍ଷଣୀୟ କରିବାକୁ କମ୍ପାନୀ ଇଏମଆଇ ବିକଳ୍ପ ମଧ୍ୟ ଦେଇଛି। ଆପଣ ମାସକୁ ମାତ୍ର ୨୨୨୨ ଟଙ୍କା ଇଏମଆଇରେ ଗାଡି କିଣିପାରିବେ। ତାଛଡା କମ୍ପାନୀ ୪ ହାଜର ୫୦୦ ଟଙ୍କା ଯାଏଁ ପେଟିଏମ କ୍ୟାସବ୍ୟାକ ମଧ୍ୟ ଦେଉଛି।

TVS ଏହି ସ୍କୁଟିରେ ୟୁଏସଭି ଚାର୍ଜର, ଫ୍ରଣ୍ଟରେ ଷ୍ଟୋରେଜ ସ୍ପେସ ଓ ଟିଣ୍ଟେଡ୍ ଭାଇଜର ଭଳି ନୂଆ ଫିଚର୍ ମଧ୍ୟ ଆଡ୍ କରାଯାଇଛି। ଏଥିରେ 110cc ଇଞ୍ଜିନ୍ ଦିଆଯାଇଛି। ବିଏସ୪ ଭର୍ସନରେ ଏହି ଇଞ୍ଜିନ୍ 7.9 bhp ପାୱାର ଓ 8.4 Nm ପିକ ଟର୍କ ଜେନେରେଟ କରିଥାଏ। ଜୁପିଟର୍ କ୍ଲାସିକ୍ ଇଟି-ଏଫଆଇ ସ୍କୁଟର୍ ଅନେକ ରଙ୍ଗରେ ଉପଲବ୍ଧ। ଏଥିରେ ସନଲାଇଟ୍ ଆଇଭରି, ଅଟମ ବ୍ରାଉନ ଓ ନୂଆ ଇଣ୍ଡିବ୍ଲୁ ଶେଡ୍ ଉପଲବ୍ଧ।

 

LEAVE A REPLY

Please enter your comment!
Please enter your name here