କଟକରେ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି

0
21

କଟକ: କଟକରେ ଏକ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି ହୋଇଛି। ନୟାସଡ଼କରେ ଥିବା IIFL ନାମକ ଏହି ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି।

ସୂଚନା ଅନୁସାରେ, ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ IIFL ଫାଇନାନ୍ସ କମ୍ପାନୀରୁ ବହୁ ଟଙ୍କା, ସୁନା ଲୁଟି ନେଇଛନ୍ତି। ଏହି ଲୁଟ୍‌ରେ ୪ ଜଣ ଦୁର୍ବୃତ୍ତ ସାମିଲ ଥିବା ଡିସିପି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କେତେ ଟଙ୍କା ଓ ସୁନା ଲୁଟ୍ ହୋଇଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ଦିବାଲୋକରେ କଟକ ସହର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ବଡ଼ ଧରଣର ଡକାୟତି କରି ଅପରାଧୀମାନେ କମିଶନରେଟ ପୋଲିସ୍‌କୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here