ତ୍ରିବେଣି ବିରୋଧ ରେ JTOA ପକ୍ଷ ରୁ ଧାରଣା

0
24

ଯୋଡ଼ା (ଅଜୟ ଜୋରା): ତ୍ରିବେନି ବିରୋଧରେ jtoa ଅସୋସିଏସନ ର ଟ୍ରକମାଲିକ ସବୁ ମହାପର୍ବତ ଇନ୍ଦ୍ରାଣୀ ପଟନାୟକ ଖଣିରେ ଗତ କାଲି ଧାରଣା ଦେଇ ଆନ୍ଦୋଳନ କରିଥିଲେ । ତ୍ରିବେନି କମ୍ପାନୀ ଅନ୍ୟରାଜ୍ୟର ଗାଡି ସବୁ ଆଣିକି ମହାପର୍ବତରେ ଲୋଡିଙ୍ଗ ଦେଇଥିବାରୁ ଅଞ୍ଚଳ ବାସିନ୍ଦାଙ୍କ jtoa ଅସୋସିଏସନ ର ଟ୍ରକଗାଡି ମାନଙ୍କୁ ଲୋଡିଙ୍ଗ ମିଳି ପାରୁ ନାହିଁ । ଯଦି ଅଞ୍ଚଳ ବାସିନ୍ଦାଙ୍କ ଟ୍ରକଗାଡି ଲୋଡିଙ୍ଗ ମିଳିବ ନାହିଁ ତାଙ୍କ ଟ୍ରକଗାଡିର ଫାଇନାନ୍ସ କରିଥିବା କିସ୍ତି କୁ କେମିତି ମାସକୁ ମାସ ଦେଇ ପାରିବେ । ତାଙ୍କ ପରିବାର ଲୋକେ କେମିତି ଚଳିବେ । ଅଞ୍ଚଳ ବାସିନ୍ଦାଙ୍କ ଡ୍ରାଇଭର ହେଲ୍ପର ମାନେ କେମିତି ଚଳିବେ ।

ତାଙ୍କ ପରିବାର ଲୋକେ କେମିତି ଚଳିବେ । କିଛି ସାଧାରଣ ଲୋକଙ୍କ ପାଇଁ ଏ ଟ୍ରକଗାଡି ମାଲିକଙ୍କ ପାଇଁ ହିଁ ତାଙ୍କ ଘର ପରିବାର ଚଳିବା ପାଇଁ ନିର୍ଭର ହେଇଥାଏ । ଅଞ୍ଚଳର ଟ୍ରକଗାଡି ମାନଙ୍କୁ ଲୋଡିଙ୍ଗ ମିଳିଲେ ତ ଏ ଟଙ୍କା ପଇସା ନିଜ ଅଞ୍ଚଳରେ ହିଁ ଖେଳିବ । କିନ୍ତୁ ଏଇଠି ତ୍ରିବେନି କମ୍ପାନୀ ଅଞ୍ଚଳ ବାସିନ୍ଦାଙ୍କ jtoa ଅସୋସିଏସନ ର ଟ୍ରକଗାଡି ମାନଙ୍କୁ ଲୋଡିଙ୍ଗ ନଦେଇ । ଅନ୍ୟରାଜ୍ୟର ଟ୍ରକଗାଡି ମାନଙ୍କୁ ଲୋଡିଙ୍ଗ ଦଉଥିବାରୁ ଅଞ୍ଚଳ ବାସିନ୍ଦା ହନ୍ତସନ୍ତ । ଏ ଖଣି ଅଞ୍ଚଳର ସବୁ ଟଙ୍କା ପଇସା ଅନ୍ୟରାଜ୍ୟକୁ ଚାଲି ଯାଉଛି । ଅନ୍ୟରାଜ୍ୟର ଲୋକେ ଏହି ଟଙ୍କା ପଇସାରେ ତାଙ୍କର ଭବିଷ୍ୟତ ବିକାଶ ହେଇ ପାରୁଛି । ଅନ୍ୟରାଜ୍ୟରୁ ଆସିଲା ତ୍ରିବେନି କମ୍ପାନୀ । ଅନ୍ୟରାଜ୍ୟରୁ ଟ୍ରକଗାଡି ଆଣିଲା ତ୍ରିବେନି କମ୍ପାନୀ । ଅନ୍ୟରାଜ୍ୟରୁ ଶ୍ରମିକଙ୍କୁ ଆଣିଲା ତ୍ରିବେନି କମ୍ପାନୀ ।

କେବଳ ଓଡିଶା ମାଟିରେ ରହିଲା ଖଣି ଅଞ୍ଚଳ । 80% ଭାଗ ଖଣିରେ କାମ କରିଲା ତ୍ରିବେନି କମ୍ପାନୀ । ଆଉ ଓଡିଶା ମାଟିର ଅଞ୍ଚଳ ବାସିନ୍ଦା ମାନେ କଣ ଧୂଳିଧୂଆଁ ଖାଇକି ବଞ୍ଚିବେ । ଏହା ଏକ ନିରାଟ ସତ୍ୟ ଯେ ଏମିତି ଯଦି ହଉଥିବ ତା ହେଲେ ଆସନ୍ତା ଦିନ ସମୟ ଓଡିଶା ମାଟିର ଅଞ୍ଚଳ ବାସିନ୍ଦା ହନ୍ତସନ୍ତ ହୋଇ ତାଙ୍କ ଛୁଆ ପିଲାଙ୍କ ଭବିଷ୍ୟତ କିଛି ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here