ପୁଲିସ୍ ହେପାଜତରେ ଯୁବକଙ୍କ ମୃତ୍ୟୁ, ପୁରୀରେ ପୁଲିସ୍‌-ପବ୍ଲିକ୍‌ ମୁହାଁମୁହିଁ

0
18

ପୁରୀ: ଗତକାଲି ପୁରୀ ଜିଲ୍ଲା ବାସେଳି ସାହି ଥାନା ପୁଲିସ୍‌ ହେପାଜତରେ ଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି । ଏ ଘଟଣାକୁ ନେଇ ପୁରୀ ହସ୍‌ପିଟାଲ୍‌ ସମ୍ମୁଖରେ ପୁଲିସ୍ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ତେଣୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ପୁଲିସ୍ ମାଡ଼ରେ ଏହି ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହ ଏହାକୁ ଖଣ୍ଡନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଏସ୍‌ପି କହିଛନ୍ତି, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇଥିଲା ପୁଲିସ୍‌ । ତାଙ୍କୁ  କାବୁ କରିବାକୁ ଯିବା ବେଳେ ପୁଲିସ୍‌ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଫଳରେ ଅଭିଯୁକ୍ତ ଆହତ ହୋଇଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍‌ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ତାହା ସତ ନୁହେଁ।

ଏସ୍‌ପି କହିଛନ୍ତି, ହାଜତମୃତ୍ୟୁ ପାଇଁ ଯେଉଁ ଗାଉଡ୍‌ଲାଇନ୍ ରହିଛି, ସେହି ଅନୁସାରେ ଘଟଣାର ତଦନ୍ତ ହେବ। ଏନ୍‌ଏଚ୍‌ଆର୍‌ସିଙ୍କ ଗାଇଡଲାଇନ୍‌ ଭିତରେ ତଦନ୍ତ କରାଯିବ।

LEAVE A REPLY

Please enter your comment!
Please enter your name here