ପୋଖରୀ ର ପଙ୍କ ଉଦ୍ଧାର କାମକରି ଠିକାଦାର ବିଲ୍ ପାଇଁ ବ୍ଲକ୍ କୁ ଦଉଡି ଦଉଡ଼ି ହେଲେ ନୟାନ୍ତ

0
17

ବଣାଇ(ରମେଶ ଚନ୍ଦ୍ର ବେହେରା/ଆଦ୍ୟାଶା ନ୍ୟୁଜ) – ଲହୁଣୀ ପଡା ବ୍ଲକ୍ ରେ ଏକ ପୋଖରୀ ରୁ ପଙ୍କ ଉଦ୍ଧାର କାମ ସମାପ୍ତ ହେବାର ଆଜକୁ ତିନିବର୍ଷ ହୋଇଥିଲେ ମଧ୍ୟ ବିଲ୍ ମିଳିଲା ନାହିଁ ଠିକାଦାରଙ୍କୁ। ସୂଚନା ରୁ ପ୍ରକାଶ ଯେ ଲହୁଣୀ ପଡା ସ୍ଥିତ ରାଜକୁମାର ଜୟସ୍ୱାଲ ନାମକ ଜଣେ ଠିକାଦାର ଗତ ୨୦୧୬ ମସିହା ରେ ରାଜାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସରଧାପୂର୍ ଗ୍ରାମର ଗଡ଼ ଗଡ଼ିଆ ପୋଖରୀ ର ପଙ୍କ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଅନୁମତି ପାଇଥିଲେ। ରାଜକୁମାର ଜୟସ୍ୱାଲ ଙ୍କ କହିବା ଅନୁଯାୟୀ ପ୍ରଥମେ ତାଙ୍କୁ ଦୁଇଲକ୍ଷ ଟଙ୍କାର କାମ ଦେଇଥିଲେ। କିନ୍ତୁ ସେତିକି ଟଙ୍କାରେ ପୋଖରୀ ର ସମ୍ପୁର୍ଣ୍ଣ କାମ ହୋଇ ପାରିନଥିଲା। ଯାହାଦ୍ବାରା ଗ୍ରାମବାସୀ ପୁଣି ଥରେ ପାଞ୍ଚଲକ୍ଷ ଟଙ୍କା ଅନୁଦାନ ପାଇଁ ରାଜାମୁଣ୍ଡା ପଞ୍ଚାୟତ ର ସରପଞ୍ଚ ଲକ୍ଷ୍ମୀ କିସାନ ଙ୍କୁ ଅନୁରୋଧ କରିଥିଲେ।

ଫଳରେ ସେଇ ପ୍ରସ୍ତାବ କୁ ଗ୍ରାମସଭା ଓ ପଲ୍ଲୀ ସଭାରେ ରେ ପାସ୍ କରି ବିଡ଼ିଓ ଙ୍କୁ ଜଣେଇବା ଦ୍ଵାରା ପୁଣି ଥରେ ପାଞ୍ଚଲକ୍ଷ ଟଙ୍କାର ରାଶି ଅନୁଦାନ ଦେଇଥିଲେ ଓ ସେଇ କାମକୁ ମଧ୍ୟ ରାଜକୁମାର ଜୟସ୍ୱାଲ ତୁଲାଇଥିଲେ ଏବଂ କାମକୁ ଠିକ୍ ସମୟ ରେ ସମାପ୍ତ ମଧ୍ୟ କରିଥିଲେ। ଯେତିକି ବେଳେ ବିଲ୍ ପାଇଁ ଗଲେ ଦୁଇଲକ୍ଷ ଟଙ୍କା ର ବିଲ୍ ପାସ୍ କରିଥିଲେ
ଆଉ ପାଞ୍ଚଲକ୍ଷ୍ୟ ଟଙ୍କାର ବିଲ୍ ପାଇଁ କହିଲା ବେଳେ ସେଇ ବ୍ଲକ୍ ର ଆସିଷ୍ଟାଣ୍ଟ ଇଂଜିନିୟର ଦୁର୍ଯ୍ୟୋଧନ କିସାନ ତାଙ୍କୁ ବିଭିନ୍ନ ପ୍ରକାରର ଆଳ ଦେଖାଇ ଦିନ ପରେ ଦିନ ଗଡ଼େଇ ଚାଲିଲେ। ଯାହା ଦ୍ଵାରା ରାଜକୁମାର ବାର ଦ୍ଵାର ଶୁଣ୍ଡିପିଣ୍ଡା ହୋଇ ସମସ୍ତଙ୍କ କବାଟ ବାଡ଼େଇଥିଲେ ହେଲେ କେହି ତାଙ୍କ ଦୁଃଖ ଶୁଣି ନଥିଲେ । ଯେତିକି ବେଳେ ଏଇ ବିଷୟ ରେ ଆସିଷ୍ଟାଣ୍ଟ ଇଂଜିନିୟର ଦୁର୍ଯ୍ୟୋଧନ କିସାନ ସାର୍ ଙ୍କୁ ପଚାରିଲେ କହୁଛନ୍ତି ମୁଁ ଏଇ କାମ ବିଷୟ ରେ ଜାଣି ନାହିଁ ସରପଞ୍ଚ କି EO ମୋତେ କେହି ଜଣେଇ ନାହାନ୍ତି ବୋଲି ସଫେଇ ଦେଉଛନ୍ତି ।

ଏମିତି ବିଭିନ୍ନ ଆଳ ଦେଖାଇ ଖସି ଯିବାକୁ ଚେଷ୍ଟା କରୁଛନ୍ତି। ଏଇବିଷୟରେ ଅଧିକ ଜାଣିବା ପାଇଁ ଯେତେବେଳେ ପୂର୍ବତନ EO ଘାସିରାମ ମହାନ୍ତ, ପୂର୍ବତନ ସରପଂଚ ଆଉ ଏବେର ଜିଲ୍ଲାପରିଷଦ ଲକ୍ଷ୍ମୀ କିଶାନ, JE ପ୍ରଦୀପ କୁମାର ସେଠୀଙ୍କୁ ପଚାରିଲେ କହୁଛନ୍ତି କାମ ହେଇଛି ସମସ୍ତଙ୍କ ଜାଣତରେ ପଙ୍କ ଉଦ୍ଧାର ହୋଇଛି ,କିନ୍ତୁ ବିଲ୍ କଣ ପାଇଁ ଦେଉନାହାନ୍ତି ସେ ବିଷୟରେ କହିପାରିବୁ ନାହିଁ ବୋଲି। ତାଙ୍କ କହିବା ଅନୁଯାୟୀ ନିଜେ ଆସିଷ୍ଟାଣ୍ଟ ଇଂଜିନିୟର ଏଵଂ ତିନି ଜଣ JE ଅରୁଣ କୁମାର ସ୍ବାଇଁ, ସୁଦର୍ଶନ ହାଁସଦା, ସୁକାନ୍ତ ବେହେରା ଗତ ୨୦୧୯ ମସିହା ଜାନୁଆରୀ ମାସରେ କାମ ଜାଗାକୁ ଯାଇ ପରିଦର୍ଶନ କରିଥିଲେ କିନ୍ତୁ ପାଣି ଥିବାରୁ ମାପିବା ବ୍ୟବସ୍ଥା ହୋଇ ପାରିନଥିଲା।

ଗ୍ରାମବାସୀଙ୍କ ଉପସ୍ଥିତରେ କହିକି ଆସିଥିଲେ ପାଣି ଶୁଖିଲା ପରେ ମାପି ବିଲ୍ ପାସ୍ କରିଦେବୁ ବୋଲି କହିଥିଲେ କିନ୍ତୁ ,ଆଜି ପର୍ଯ୍ୟନ୍ତ ଆଶ୍ୱାସନା ରେ ହିଁ ରହିଗଲା। ଏପଟେ ରାଜକୁମାର ଘରର ଗହଣା ଅନ୍ୟାନ୍ୟ ଜିନିଷ ବନ୍ଧକ ଦେଇ କାମ କରେଇଥିଲେ। କିନ୍ତୁ ବିଲ୍ ମିଳିପାରିନାହିଁ ସେଥିପାଇଁ ମାନସିକ ଚାପରେ ରହିଛନ୍ତି। କେତେବେଳେ କଣ କରିବେ କହି ହେଉ ନାହିଁ। ଏଣୁ ଉଚିତ୍ ପଦକ୍ଷେପ ନେଇ ଉଚ୍ଚ କୋଟିର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here