ଛଟ୍‌ ପାଇଁ କୋଭିଡ କଟକଣା ଭାଙ୍ଗି ବନ୍ଧା ହେଲେ ୪୬ ଶ୍ରଦ୍ଧାଳୁ

0
24

ଝାରସୁଗୁଡ଼ା : କୋଭିଡ କଟକଣା ନିୟମ ଉଲ୍ଲଂଘନ କରି ଜଳାଶୟରେ ଏକତ୍ରିତ ହେବା ସହ ସାମୂହିକ ଭାବେ ଛଟ୍ ପୂଜା ପାଳନ କରି ବନ୍ଧା ହୋଇଛନ୍ତି ୪୬ ଶ୍ରଦ୍ଧାଳୁ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର କଟକଣା ଖାତିର ନ କରି ପୂଜା ପାଳନ ନିମନ୍ତେ ନିୟମ ଉଲ୍ଲଘଂନ କରି ଏପରି ଦଶା ଭୋଗିଛନ୍ତି ଏହି ଶ୍ରଦ୍ଧାଳୁମାନେ।

ସୂଚନାଯୋଗ୍ୟ, ଛଟ୍‌ ପୂଜାରେ ସାମୁହିକ ଭାବେ ଗାଧୋଇବା ଓ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ନୀତି ଓ ନିୟମ ରହିଛି । ତେବେ କରୋନା ସଂକ୍ରମଣ ବଢିବା ଆଶଙ୍କା ଥିବାରୁ  ପୂଜାପାଇଁ ସାମୁହିକ ଭାବେ ପୋଖରୀ, ନଦୀ, ନାଳ ଆଦିକୁ ବ୍ୟବହାର କରିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ଏଥିପାଇଁ ଉପଜିଲ୍ଲାପାଳ ଶିବ ଟପୋ ୧୪୪ ଧାରା ଜାରି କରିଛନ୍ତି ।

ପ୍ରଶାସନ ପକ୍ଷରୁ ୨୦ତାରିଖ ଭୋର ୪ଟାରୁ ସକାଳ ୭ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଓ୨୧ ତାରିଖ ଭୋର ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା କଟକଣା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ରହିଛି। ଏହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ ହୋଇଥିବା ସ୍ଥାନଗୁଡିକରେ ଏକକାଳୀନ ୫ ଲୋକରୁ ଅଧିକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ଏହା ସତ୍ତ୍ୱେ ନିୟମ ଉଲ୍ଲଘଂନ କରି ୨ଟି ଜଳାଶୟରେ ଏକତ୍ରିତ ହୋଇଥିବା ଅଭିଯୋଗରେ ୪୬ ଖିଲାପକାରୀଙ୍କୁ ପୁଲିସ୍‌ ଗିରଫ କରିଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର କଟକଣାକୁ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଲୋକେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଝାରସୁଗୁଡା ଉପ ଜିଲ୍ଲାପାଳ ଶିବ ଟପ୍ପୋ ଅପିଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here