ମୁମ୍ବାଇ : ଗିରଫ ହେଲେ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ । ହାସ୍ୟ ଅଭିନେତ୍ରୀ ଭାରତ ସିଂଙ୍କ ପରେ ଡ୍ରଗ୍ସ ମାମଲାରେ ଏନସିବି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଛି। ଶନିବାର ଦିନ ଭାରତୀ ଏବଂ ହର୍ଷଙ୍କ ଘରେ ଚଢାଉ କରିଥିବା ବେଳେ ସେମାନଙ୍କ ଘରୁ ଗଂଜେଇ ଜବତ କରିଥିଲା ନାର୍କୋଟିକ୍ସ କଟ୍ରୋଂଲ ବ୍ୟୁରୋ । କେବଳ ଏତିକି ନୁହେଁ, ଏନସିବି ଅଧିକାରୀଙ୍କ ସହ ପଚରାଉଚରା ବେଳେ ହର୍ଷ ଏବଂ ଭାରତ ନିଶା ସେବନ କରିଥିବା ସ୍ୱୀକାର କରିଛନ୍ତି।
ଏହି ସମୟରେ ଭାରତୀଙ୍କ ଘରୁ ୮୬ ଦଶମିକ ୫ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏତେ ପରିମାଣରେ ଗଞ୍ଜେଇ ମିଳିବା ପରେ ଭାରତୀଙ୍କୁ ପଚରାଉଚରା ପାଇଁ ସମନ କରିଥିଲା । ସମନ ପାଇବା ପରେ ହାଜର ହୋଇଥିଲେ ଭାରତୀ । ଦୀର୍ଘ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ପଚରାଉଚରା କରାଯାଇଥିଲା ଏବଂ ଆଜି ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୋନି ଟିଭିରେ ପ୍ରସାରିତ ଦି କପିଲ ଶର୍ମା ସୋରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସି ଦର୍ଶକଙ୍କ ମନ ଜିଣୁଥିଲେ ଏହି ଯୋଡି ।